Below header

ଯାଜପୁର: ଜାରକା ଷ୍ଟାଡିୟମରେ ଉଦଘାଟିତ ହୋଇଯାଇଛି ଜୋନାଲ ଲେଭଲ ଆନ୍ତଃମହାବିଦ୍ୟାଳୟ ପୁରୁଷ କବାଡି ପ୍ରତିଯୋଗିତା

ଯାଜପୁର: ଜାରକା ଷ୍ଟାଡିୟମରେ ଉଦଘାଟିତ ହୋଇଯାଇଛି ଜୋନାଲ ଲେଭଲ ଆନ୍ତଃମହାବିଦ୍ୟାଳୟ ପୁରୁଷ କବାଡି ପ୍ରତିଯୋଗିତା। ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ରାୟୋଜିତରେ ଧର୍ମଶାଳା ମହାବିଦ୍ୟାଳୟ ପକ୍ଷରୁ ଏହି ଟୁର୍ଣ୍ଣାମେଂଟର ଆୟୋଜନ କରାଯାଇଛି। ଧର୍ମଶାଳା ବ୍ଲକ ଅଧକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଆନୁଷ୍ଠାନିକ ଭାବେ ଏହି ଟୁର୍ଣ୍ଣାମେଂଟକୁ ଉଦଘାଟନ କରିଛନ୍ତି। ପ୍ରତିଯୋଗିତାରେ ରାଜ୍ୟର ୪୦ଟି ମହାବିଦ୍ୟାଳୟରୁ କବାଡି ପ୍ରତିଯୋଗୀ ସାମିଲ ହୋଇଥିବା ବେଳେ ଏହି ଟୁର୍ଣ୍ଣାମେଂଟ ଦୁଇ ଦିନ ଧରି ଚାଲିବ। ଏଠାରୁ କୃତି କବାଡି ଖେଳାଳିଙ୍କୁ ଚୟନ କରାଯାଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସାମିଲ କରାଯିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ଉଦ୍ଘାଟନୀ ଉତ୍ସବରେ କଲେଜ ଅଧକ୍ଷ ଶୁଭ୍ରାଂଶୁ ପଟନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିବା ବେଳେ ଯାଜପୁର କବାଡି ଆସୋସିଏସନର କର୍ମକର୍ତ୍ତା ମାନେ ଖେଳକୁ ପରିଚାଳନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.