ଏଠାରେ ଝିଅ ହୋଇଥାଏ ନିଜ ମା’ର ହିଁ ସଉତୁଣୀ! ଜାଣନ୍ତୁ କେଉଁଠି ରହିଛି ଏଭଳି ଅଜବ ପରମ୍ପରା

କେବେ ଆପଣ ଶୁଣିଛନ୍ତି କି, ମା’ ଓ ଝିଅ ସଉତୁଣୀ ହେବାର? ଆପଣଙ୍କୁ ହୁଏତ ଏହି କଥା ଉପରେ ବିଶ୍ୱାସ ହୋଇ ନ ପାରେ, କିନ୍ତୁ ଘଟଣାଟି ସତ। ସମାଜରେ ଆଜି ବି ଏମିତି ଅନେକ ଅଜବ ପରମ୍ପରା ରହିଛି, ଯାହାକି ଆପଣଙ୍କୁ ଚକିତ କରିଦେବ। ଆସନ୍ତୁ ଜାଣିବା ବାଂଲାଦେଶର ଏମିତି ଏକ ପରମ୍ପରା ବିଷୟରେ।

ବାଂଲାଦେଶର ମଣ୍ଡି ଜନଜାତିରେ ରହିଛି ଏହି ଅଦ୍ଭୁତ ପରମ୍ପରା। ଏଠାରେ ରହୁଥିବା ୩୦ ବର୍ଷୀୟା ଓରୋଲା ଯେତେବେଳେ ଛୋଟ ଥିଲେ, ସେତେବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ମା’ ଆଉ ଗୋଟିଏ ବିବାହ କରିଥିଲେ। ଓରୋଲା କୁହନ୍ତି, ତାଙ୍କ ଦ୍ୱିତୀୟ ବାପାଙ୍କ ନାଁ ନାଟିନ୍ ଥିଲା। ନାଟିନ୍‌ଙ୍କୁ ସେ ବହୁତ ପସନ୍ଦ କରୁଥିଲେ। ସେ ଭାବୁଥିଲେ, ତାଙ୍କ ମା’ ବହୁତ ଭାଗ୍ୟଶାଳୀ।

mandi

କିନ୍ତୁ ଯେତେବେଳେ ସେ କିଶୋରୀ ଅବସ୍ଥାରେ ପଦାର୍ପଣ କଲେ, ସେତେବେଳେ ତାଙ୍କ ଦ୍ୱିତୀୟ ବାପା ନାଟିନ୍ ତାଙ୍କ ସ୍ୱାମୀ ବୋଲି ଜାଣିପାରିଲେ। ଏହା ଶୁଣିବା ପରେ ଓରୋଲାଙ୍କ ପାଦ ତଳୁ ମାଟି ଖସିଗଲା। ବାପାଙ୍କ ରୂପରେ ସେ ଯେଉଁ ବ୍ୟକ୍ତିଙ୍କୁ ଦେଖୁଥିଲେ, ସମ୍ପର୍କରେ ସେ କିଛି ଅଲଗା ବାହାରିଲେ। ୩ ବର୍ଷ ବୟସରେ ହିଁ ଓରୋଲାଙ୍କ ବିବାହ ନାଟିନ୍‌ଙ୍କ ସହ କରି ଦିଆଯାଇଥିଲା।

ଏହାସହ ପଢ଼ନ୍ତୁ: ଯବାନଙ୍କ ପରିବାରକୁ ମାଗଣାରେ ଖାଦ୍ୟ ପରଷିଥାଏ ଏହି ହୋଟେଲ! କିନ୍ତୁ ମାନିବାକୁ ପଡ଼େ କେବଳ ଗୋଟିଏ ସର୍ତ୍ତ

ତେବେ ଏହା କୌଣସି ପାରିବାରିକ ସମସ୍ୟା ନ ଥିଲା, ବରଂ ଏକ ପରମ୍ପରା ଥିଲା। ଏଠାରେ କମ୍ ବୟସରେ ବିଧବା ହୋଇଯାଉଥିବା ବାଳିକାର ବିବାହ ଅନ୍ୟ ବ୍ୟକ୍ତିଙ୍କ ସହ କରି ଦିଆଯାଏ। ଆଉ ଯେତେବେଳେ ମହିଳା ଜଣକ ଝିଅ ଜନ୍ମ କରିଥାଆନ୍ତି, ତା’ର ବିବାହ ମଧ୍ୟ ସେହି ବ୍ୟକ୍ତିଙ୍କ ସହ କରି ଦିଆଯାଏ। ଜନଜାତିଙ୍କର ବିଶ୍ୱାସ ଯେ କମ୍ ବୟସରେ ସ୍ୱାମୀ ନୂଆ ସ୍ତ୍ରୀ ଏବଂ ତାଙ୍କ ଝିଅର ବି ସ୍ୱାମୀ ହୋଇ ଦୁଇଜଣଙ୍କର ସୁରକ୍ଷା ଏକ ଲମ୍ବା ସମୟ ଯାଏ କରିପାରିଥାଏ।

Leave A Reply

Your email address will not be published.