ଯାଜପୁର: ଟ୍ରକ ଧକ୍କାରେ ଚାଲିଗଲା ପୂର୍ବତନ ସରପଞ୍ଚଙ୍କ ଜୀବନ

ଯାଜପୁର: ଟ୍ରକ ଧକ୍କାରେ ଚାଲିଗଲା ପୂର୍ବତନ ସରପଞ୍ଚଙ୍କ ଜୀବନ। ଯାଜପୁର ଜିଲ୍ଲା ବରୀ ମାଉଣ୍ଟରେ ଘଟିଛି ଏହି ଅଘଟଣ। ମୃତକ ହେଲେ ଅରଙ୍ଗାବାଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ରଘୁନାଥ ଜେନା। ସେ ଆଜି ବରୀ ମାଉଣ୍ଟ ଛକ ନିକଟ ରାସ୍ତା ପାରି ହେଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ମାଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ଖବର ପାଇ ବରୀ ବ୍ଲକ ଅଧକ୍ଷା, ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରୁଛନ୍ତି।

Leave A Reply

Your email address will not be published.