Below header

ଭାରତୀୟ ବଜାରରେ Anker ଲଞ୍ଚ କଲା 10W ୱେୟାରଲେସ ଚାର୍ଜର, ୨ ଗୁଣା ସ୍ପୀଡରେ ଚାର୍ଜ ହେବ ଡିଭାଇସ

ଆମେରିକୀୟ ଇଲେକ୍ଟ୍ରୋନିକ୍ସ କମ୍ପାନୀ “ଆଙ୍କର” ଭାରତୀୟ ବଜାରରେ 10W ର ଏକ ୱେୟାରଲେସ ଚାରଜିଙ୍ଗ ପ୍ୟାଡ଼ “ପାୱାରୱେବ ବେସ ପ୍ୟାଡ଼” ଲଂଚ କରିଛି । କମ୍ପାନୀ ପକ୍ଷରୁ ଦାବି କରାଯାଇଛିକି, ଏହି ୱେୟାରଲେସ ଚାର୍ଜର ସାହାଯ୍ୟରେ କୌଣସି ଡିଭାଇସକୁ ଫାଷ୍ଟ ଚାରଜିଙ୍ଗ ସପୋର୍ଟ ମିଳିପାରିବ । ଯାହାକି କୌଣସି ଡିଭାଇସକୁ ୨ ଗୁଣା ସ୍ପୀଡରେ ଚାର୍ଜ କରିପାରିବାର କ୍ଷମତା ରଖିଛି । ଏହି ପ୍ରଡକ୍ଟ ବ୍ଲାକ କଲରରେ ଉପଲବ୍ଧ ହେବା ସହ ଆମାଜନ ସମେତ ବିଭିନ୍ନ ପ୍ରମୁଖ ରିଟେଲ ଷ୍ଟୋର୍ସରେ ସହଜରେ ମିଳିପାରିବ । ଏହାବାଦ ଏହି ଡିଭାଇସରେ ୧୮ ମାସ ପର୍ଯ୍ୟନ୍ତ ୱାରେଣ୍ଟି ମିଳିଥାଏ | ବଜାରରେ ଏହି ଚାର୍ଜରର ମୂଲ୍ୟ ୧୯୯୯ ଟଙ୍କା ରହିବ ବୋଲି ଜଣାଯାଇଛି । କମ୍ପାନୀ ତରଫରୁ ଏହା ମଧ୍ୟ ଦାବି କରାଯାଇଛିକି, ସାମସଙ୍ଗ ଗ୍ୟାଲେକ୍ସି ପାଇଁ 10W ହାଇସ୍ପୀଡ ଚାରଜିଙ୍ଗ, ଅନ୍ୟ ବଡ଼ସ ତୁଳନାରେ ଆଇଫୋନକୁ ୧୦ ପ୍ରତିଶତ ଅଧିକ ସ୍ପୀଡରେ ଏହି ଚାର୍ଜର ଚାର୍ଜ କରିପାରିବ । ଏହାବାଦ ଏହି ୱେୟାରଲେସ ଚାର୍ଜରରୁ ଆଇଫୋନ 11, ସାମସଙ୍ଗ ଗ୍ୟାଲେକ୍ସି ଏସ 10 ସମେତ ଏୟାରପଡ଼ସ ୱେୟାରଲେସ ଚରଜିଙ୍ଗ ସହ ସମସ୍ତ କ୍ୟୁଆଇ ଏନାବଳଡ଼ ଡିଭାଇସକୁ ଚାର୍ଜ କରିପାରିବ ।

କୌଣସି ରାଉଣ୍ଡ ୱେୟାରଲେସ ଚାରଜିଙ୍ଗ ପ୍ୟାଡ଼ସ ସମସ୍ୟାର ସମାଧାନ କରିବା ପାଇଁ ଏହି ପ୍ୟାଡ଼ ଡିଜାଇନକୁ ସ୍ଲୀମଲାଇନ ରେକଟାଙ୍ଗୁଲାର ସେପରେ ନିର୍ମାଣ କରାଯାଇଛି । ଫୋନ ସହ କନେକଟ କରା ଗଲେ ଖୁବ କମ ସମୟ ମଧ୍ୟରେ ଅଧିକ ପରିମାଣରେ ଚାର୍ଜ ହୋଇପାରିବ । ଚାର୍ଜରରେ ଲାଗିଥିବା ସ୍ଲିପ ଫ୍ରେଣ୍ଡଳୀ ଏଲଇଡ଼ି ଇଣ୍ଡିକେଟର ସାହାଯ୍ୟରେ କୌଣସି ଫୋନର ଚାରଜିଙ୍ଗ ସ୍ଟାଟସ ସହଜରେ ନିରୂପଣ କରାଯାଇପାରିବ । ଏହାବାଦ ଏହି ସ୍ୱତନ୍ତ୍ର ଚାର୍ଜର ବ୍ୟାଟେରୀ ପ୍ରୋଟେକ୍ସନ, ଓଭରକରେଣ୍ଟ ରେଗୁଳଲେସନ, ଭୋଲ୍ଟେଜ ରେଗୁଲେସନ ପରି ସୁବିଧା ମାନ ଦେଇଥାଏ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.