ବଢି ବଢି ଚାଲିଛି ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ସମସ୍ୟା, ପତ୍ନୀ ଆଣିଲେ ଗମ୍ଭୀର ଆରୋପ

ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ସମସ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି । ବଳାତ୍କାର ଓ ପ୍ରତାରଣା ଅଭିଯୋଗରେ ନୱାଜୁଦ୍ଦିନଙ୍କ ପତ୍ନୀ ତାଙ୍କ ବିରୋଧରେ ଭର୍ସୋଭା ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଗତ କିଛି ମାସ ହେବ ସେ ଏବଂ ତାଙ୍କ ଭାଇ ଶ୍ୟାମଙ୍କ ଉପରେ ନିର୍ଯାତନା ତଥା ଅସଦାଚରଣ ଅଭିଯୋଗ ଆସିଥିଲା ।

ମିଳିଥିବା ଖବର ଅନୁଯାୟୀ, ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ଆଲିଆ ତାଙ୍କ ବିରୋଧରେ ଭର୍ସୋଭା ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗରେ ଯୌନ ଶୋଷଣ ଏବଂ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି । ପୋଲିସରେ ଅଭିଯୋଗ ପରେ ଖୁବ୍ଶୀଘ୍ର ପ୍ରାଥମିକ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି ।

ଖବର ଅନୁଯାୟୀ, ଅଭିଯୋଗ ଦାଖଲ କରିବା ପରେ ଓକିଲ ଏକ ବିବୃତ୍ତି ଦେଇଛନ୍ତି । ଏଥିରେ ଲେଖାଅଛି, ‘ମୋର ମହକିଲ ଭର୍ସୋଭା ପୋଲିସ ଷ୍ଟେସନରେ ଯୌନ ଶୋଷଣ ଏବଂ ଠକେଇ ସମ୍ପର୍କରେ ବିସ୍ତୃତ ଭାବେ ଲିଖିତ ଅଭିଯୋଗ କରିଛନ୍ତି । ଆଶାକରୁଛି ଖୁବ ଶୀଘ୍ର ଏହାର ତଦନ୍ତ କରାଯିବ ।

ସୂଚନା ଅନୁଯାୟୀ ନୱାଜୁଦ୍ଦିନଙ୍କ ପତ୍ନୀ ଗତ ସପ୍ତାହରେ ଅନ୍ୟ ଏକ ଅଭିଯୋଗ ସଂପର୍କରେ ଉତ୍ତରପ୍ରଦେଶର ମୁଜାଫରନଗରରେ ଅବସ୍ଥିତ ବୁଦ୍ଧାନା ଥାନାରେ ତାଙ୍କ ବୟାନ ରେକର୍ଡ କରିଛନ୍ତି । ନୱାଜୁଦ୍ଦିନ ଏବଂ ତାଙ୍କ ପରିବାରର ଅନ୍ୟ ଚାରିଜଣ ସଦସ୍ୟଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.