ମାଆ ପୁଅକୁ ଏମିତି ସରପ୍ରାଇଜ୍ ଦେଲେ ଯେ ପୁଅର ବନ୍ଦ ହେଲାନି କାନ୍ଦ, ଦେଖନ୍ତୁ ଗିଫ୍ଟରେ ଏମିତି କଣ ଥିଲା

ପିଲାବେଳେ ନିଜ ମନପସନ୍ଦର ଜିନିଷ ମିଳିଗଲେ କଥା ସରିଲା ପୂରା ଦିନ ହି ବଢ଼ିଆ ହେଉଯାଉଥିଲା। ଏବେ ସେମିତି କିଛି ଦୃଶ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓ ଆପଣଙ୍କୁ ଆପଣଙ୍କ ପିଲାଦିନ କଥା ମନେ ପକାଇାଦେବ। ଥରେ ଭାବନ୍ତୁ ତ ଯେଉଁଟା ଆପଣ ଚାହୁଁଥିବେ ଆଉ ନିଜର କରିବାକୁ ଚାହୁଁଥିବେ ସେଇଟା ଆପଣଙ୍କୁ ମିଳିଯାଏ ତାହେଲେ କଣ ହେବ। ନିଶ୍ଚିତ ଭାବରେ ଏକଦମ୍ ଖୁସି ହୋଇଯିବେ।
ଭିଡିଓରେ ଆପଣ ଦେଖିପାରୁଥିବେ ଯେ ପିଲାଟି ବସି ମୋବାଇଲରେ ଗେମ ଖେଳୁଛି ଆଉ ସମୟରେ ପିଲାଟିର ମାଆ ଆସି ତାଙ୍କୁ ଏକ କୁକୁର ଛୁଆଟିକୁ ଆଣି ପୁଅକୁ ସରପ୍ରାଇଜ୍ ଦେଉଛନ୍ତି। ପୁଅଟି ମାଆଙ୍କର ଏହି ସରପ୍ରାଇଜ୍ ଦେଖି ଖୁସିରେ କାନ୍ଦି ପକାଇଲା। ଏହି ଭିଡିଓ ଦେଖି ଆପଣଙ୍କ ଆଖିରେ ମଧ୍ୟ ଖୁସିର ଲୁହ ଆସିଯିବ।
ଏହି ଭିଡିଓଟିକୁ ଟ୍ଵିଟରରେ ସେୟାର କରାଯାଇଛି ଏବଂ କ୍ୟାପସନରେ ଲେଖା ହୋଇଛି ‘ସେ ସବୁବେଳେ ଏକ ପପ୍ପି ଚାହୁଁଥିଲା ଏବଂ ଯେତେବେଳେ ମା ତାଙ୍କ ପାଇଁ ଏକ ଡଗି ନେଇ ଆସିଲେ, ସେତେବେଳେ ତାର ରିଆକସନ୍ ଏମିତି ଥିଲା। ଆପଣ ବି କୁହନ୍ତୁ ଆପଣ ଯଦି କେଉଁ ଜିନିଷକୁ ଚାହୁଁଛନ୍ତି ଆଉ ହଠାତ୍ ସେଇଟା ଆପଣ ପାଇଯାନ୍ତି ତାହେଲେ ଆପଣ କଣ ଏମିତି ହୁଅନ୍ତି।
He’s always wanted a puppy and this is his reaction when his mum brings one home 😍❤️ pic.twitter.com/7abViU4RF6
— ⚽ Simon BRFC Hopkins ⚽ (@HopkinsBRFC) September 23, 2020