Below header

ପାରାଲିସିସ୍ ପୀଡିତଙ୍କୁ ଗୁଗଲ୍ ଦେବ ୧ ଲକ୍ଷ ସ୍ମାର୍ଟହୋମ ଡିଭାଇସ୍, ଜାଣନ୍ତୁ କିପରି କାମରେ ଆସିବ. . .

ଗୁଗଲ୍ ଆଣିଦେଉଛି ଖୁସି ଖବର। ଗୁଗଲ ପାରାଲିସସ୍ ପୀଡିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ୧ ଲକ୍ଷ ସ୍ମାର୍ଟହୋମ ଡିଭାଇସ୍ ଦେବାକୁ ଘୋଷଣା କରିଛି। ଯେଉଁ ଲୋକମାନଙ୍କୁ ଉଠାବସା କରିବାରେ ଅସୁବିଧା ହେଉଛି , ସେମାନଙ୍କୁ ଗୁଗଲ୍ ହୋମ ମିନି ଡିଭାଇସ୍ ଦେବ ଏବଂ ସେମାନେ ସାମ୍ନା କରୁଥିବା ଅସୁବିଧାରୁ ମୁକ୍ତ କରିବ। କ୍ରିଷ୍ଟୋଫର ଏଣ୍ଡ ଡାନା ରବି ଫାଉଣ୍ଡେସନର ଆମ୍ବାସାଡର ଗେରିସନ ରେଡ ନିଜର ବ୍ଲଗରେ ଗୁଗଲ ଡିଭାଇସର ପ୍ରଶଂସା କରିଛନ୍ତି। ରେଡ କହିଛନ୍ତି, ସେ ନିଜେ ଗତ ୨୦ ବର୍ଷ ହେବ ଚାଲିବାକୁ ଅସମର୍ଥ। ଯେଉଁମାନେ ହ୍ବିଲର ଚେୟାର ଉପରେ ନିର୍ଭରଶୀଳ କିମ୍ବା ପାରାଲିସିସ୍ ପୀଡିତ ବ୍ୟକ୍ତି ସେମାନେ ସବୁବେଳେ କିଛି କାମ ପାଇଁ ଅନ୍ୟ କାହା ଉପରେ ନିର୍ଭରଶୀଳ। ସେମାନଙ୍କୁ ଏହି ଡିଭାଇସ ବେଶ୍ ସାହାଯ୍ୟ କରିବ।

ଏହାସହ ପଢନ୍ତୁ: Sony ଆଣୁଛି ମୋବାଇଲ ଠାରୁ ବି ଛୋଟ AC, କପଡାରେ ହୋଇଯିବ ଫିଟ୍

ଗୁଗଲର ଏହି ଡିଭାଇସ ଭଏସ୍ କମାଣ୍ଡ ଦ୍ବାରା ପରିଚାଳିତ ହେବ। ତେଣୁକରି ଉକ୍ତ ଲୋକମାନେ ଏହାକୁ ଖୁବ୍ ସୁବିଧାର ସହ ବ୍ୟବହାର କରିବା ସହ ନିଜ ଦୈନନ୍ଦିନ ଜୀବନର କାମକୁ ବହୁତ ସହଜରେ କରିପାରିବେ। କେବଳ ଏତିକି ନୁହେଁ, ନିଜ ପରିଜନଙ୍କୁ ମଧ୍ୟ ଏହି ଡିଭାଇସ ଜରିଆରେ ଫୋନ କଲ୍ ମଧ୍ୟ କରିପାରିବେ। ଗୁଗଲ୍ ର ଏହି କାମକୁ ବେଶ୍ ପ୍ରଶଂସା କରିଛନ୍ତି ରେଡ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.