ରାଜ୍ୟସଭାରେ ତିନ ତଲାକ୍‌ ବିଲକୁ ସମର୍ଥନ କରିବ BJD : ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର(କେନ୍ୟୁଜ୍): ଆଜି ରାଜ୍ୟସଭାରେ ଆସିବ ତିନ୍‌ ତଲାକ ବିଲ୍‌ । ବିଲ୍‌କୁ ସମର୍ଥନ କରିବ ବିଜେଡି । ଏନେଇ ରାଜ୍ୟସଭା ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ରାଜ୍ୟସଭାରେ ବିଜେପିର ଆବଶ୍ୟକ ସଂଖ୍ୟା ଗରିଷ୍ଠନା ନଥିବାରୁ ବିଲ ଗୃହୀତ ପାଇଁ ଦଳ ଅନ୍ୟ ଦଳର ସହଯୋଗ ଲୋଡିବାରେ ଲାଗିଛି । ସେପଟେ ଲୋକସଭା ଓ ରାଜ୍ୟସଭାର ସମସ୍ତ ସାଂସଦ ଗୃହରେ ଉପସ୍ଥିତ ରହିବାକୁ ହ୍ଵିପ ଜାରି କରିଛି ବିଜେପି । ଗତ ଗୁରୁବାର ଲୋକସଭାରେ ବିଲ ଗୃହୀତ ହୋଇଥିଲା । ବିଲକୁ ବିଜେଡି ସମର୍ଥନ କରିଥିଲା । ତେବେ ଭୋଟିଂ ବେଳେ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ଏନଡିଏର ଅଂଶୀଦାର ଦଳ ଜେଡିୟୁ କକ୍ଷତ୍ୟାଗ କରିିଥିଲେ । ବିଲ୍‌ର ଯାଞ୍ଚ ପାଇଁ ଏହାକୁ ସଂସଦୀୟ କମିଟି ନିକଟକୁ ପଠାଇବା ପାଇଁ ଦାବି କରି ଆସୁଛନ୍ତି ବିରୋଧୀ । ବିଲରେ ଏକକାଳୀନ ତିନିଥର ତଲାକ କହି ତଲାକ ଦେବାକୁ ଅପରାଧ ବୋଲି କୁହାଯାଉଛି । ଏହା ସହ ଦୋଷୀକୁ ଜେଲ ଦଣ୍ଡ ମିଳିବାର ବ୍ୟବସ୍ଥା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.