Below header

ସାଉଥ୍ ସୁପରଷ୍ଟାରଙ୍କୁ ମାରିଦେଲା ସୋସିଆଲ ମିଡିଆ, ଭାଇରାଲ ହେଉଛି ମୃତ୍ୟୁର ମିଥ୍ୟା ଖବର

ସାଉଥ୍ ସୁପରଷ୍ଟାରଙ୍କୁ ମାରିଦେଲା ସୋସିଆଲ ମିଡିଆ। ସାଉଥ୍ ଅଭିନେତା ବିଜୟଙ୍କ ମୃତ୍ୟୁର ମିଥ୍ୟା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ମିଥ୍ୟା ଖବର ବିଜୟଙ୍କ ପ୍ରଶଂସକମାନଙ୍କୁ ଜଣାପଡ଼ିବା ପରେ ସେମାନେ ରାଗି ଯାଇଥିଲେ। ଏହାପରେ ବିଜୟଙ୍କ ପ୍ରଶଂସକମାନେ ଏକତ୍ରିତ ହୋଇ ହେଟର୍ସ ବିପକ୍ଷରେ କ୍ରୋଧିତ ହୋଇଥିଲେ। ବିଜୟଙ୍କ ବିରୁଧରେ ଏହି ମିଥ୍ୟାଖବରକୁ ଖଣ୍ଡନ କରି ତାଙ୍କର ଜଣେ ପ୍ରଶଂସକ କହିଛନ୍ତି ଅଭିନେତା ବିଜୟ ବିଲକୁଲ୍ ଫିଟ୍ ଅଛନ୍ତି।

ଏହାସହ ପଢନ୍ତୁ: ଲୋକମାନେ ଦେଲେ ଅପମାନ ଆଉ ପୋଲିସ୍ ମାରିଲା ଲାଠି . . . ଭାରତ କୁମାର ସେ କାହାଣୀ ଯାହାକୁ ଜାଣନ୍ତି ନାହିଁ ସମସ୍ତେ

ଗଣମାଧ୍ୟମ ସୂଚନା ଅନୁଯାୟୀ ବିଜୟଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ୫୦ ହଜାରୁ ଅଧିକ ଟ୍ବିଟ ହୋଇସାରିଛି। ଏହି ଖବର ବିଜୟଙ୍କ ଚିନ୍ତା ବଢାଇଦେଇଛି ଏବଂ ଏହି ହାଜଟ୍ୟାଗକୁ ବନ୍ଦ କରାଯିବାକୁ ଅପିଲ୍ କରାଯାଇଛି। ବିଜୟ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ହିଟ୍ ଅଭିନେତା। ସେ ନିଜର ଆଗମୀ ଫିଲ୍ମ ବିଜିଲ ମେ ଫୁଟବଲ୍ କୋଚର ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ଏ ଆର ରହମାନ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି। ଏହି ଫିଲ୍ମରେ ଅଭିନେତା ବଜୟଙ୍କ ଲୁକ୍ କୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.