Below header

ହନିମୁନ୍ କୁ ନେଇଗଲେ ମୁମ୍ବାଇ, ତାପରେ ପ୍ରେମିକ ସହିତ ମିଶି ସ୍ବାମୀଙ୍କୁ କଲେ ହତ୍ୟା

ମୁମ୍ବାଇ: ବିବାହ ପରେ ନବବିବାହିତା ବୁଲେଇବା ବାହାନାରେ ସ୍ବାମୀଙ୍କୁ ମୁମ୍ବାଇ ନେଇଗଲେ । ଏହାପରେ ନିଜ ପ୍ରେମିକଙ୍କ ସହିତ ମିଶି ସ୍ବାମୀଙ୍କୁ ହତ୍ୟା କରିଥିଲେ । ଯେଉଁ ଘଟଣା ଏବେ ସାମ୍ନାକୁ ଆସିଛି । ଏନେଇ ଜଣାପଡିବା ପରେ ପନବେଲ ପୋଲିସ୍ ଅଭିଯୁକ୍ତା ମହିଳା ଏବଂ ପ୍ରେମିକକୁ ଗରଫ କରିଥିବା ନେଇ ସୂଚନା ମିଳିଛି। ମୃତକ ହେଉଛନ୍ତି ୟୁପିର ନିବାସୀ । ପନବେଲ ପୋଲିସ୍ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ମୃତକଙ୍କ ପରିବାରକୁ ଘଟଣା ସମ୍ପର୍କରେ ଜଣାଇଛି ।

merderମିଳିଥିବା ସୂଚନା ମୁତାବକ, ମୂଳ ରୁପେ ଶିଭାଲି,କାନପୁର ନିବାସୀ କୈଳାଶଙ୍କ ବଡ ପୁଅ ହରିଓମ୍(୨୭)ଙ୍କ ବିବାହ ରୌରା ଗାଁର ପ୍ରୀତିଙ୍କ ସହିତ ହୋଇଥିଲା। ପରିବାର ଲୋକଙ୍କ କହିବା ଅନୁସାରେ ପ୍ରୀତି ସର୍ବଦା ହରିଓମ୍ ଙ୍କୁ ଦିଲ୍ଲୀ ଯାଇ ଅଲଗା ରହିବା ଏବଂ ଭଲ ରୋଜଗାର କରିବାକୁ ବାଧ୍ୟ କରୁଥିଲା। କିନ୍ତୁ ୨୦ ଜୁଲାଇ ଦିନ ଘରେ କାହାକୁ କିଛି ନକହି ପ୍ରୀତି ହରିଓମ୍ କୁ ନେଇ କୁଆଡେ ଚାଲିଯାଇଥିଲା।

deadbodyଅନ୍ୟପଟେ ଯେତେବେଳେ ଦୁଇ ଅଭିଯୁକ୍ତ ମିଶି ହରିଓମ୍ କୁ ଜୀବନରୁ ମାରିଦେଉଥିଲେ ଉଦ୍ୟମ କରୁଥିଲେ ସେତେବେଳେ ପଡୋଶୀର ଜଣେ ମହିଳା ଏସବୁ ଦେଖି ପାଟି କରିବା ଆରମ୍ଭ କରିଥିଲେ । ଯାହାଫଳରେ ଘଟଣାସ୍ଥଳରେ ଲୋକ ରୁଣ୍ଡ ହୋଇଯାଇଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଁଚି ପ୍ରୀତି ଏବଂ ତାର ପ୍ରେମିକ ଗୌରବକୁ ଗିରଫ କରିବା ସହିତ ହରିଓମ୍ ର ମୃତ ଶରୀର ଜବତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.