ନଦୀ ନିକଟରେ କାର୍ ଅଟକାଇଲେ CCDର ମାଲିକ, କଲ୍ କଲେ . . . ଆଉ ତା ପରେ ଗାୟବ

ନିଖୋଜ ଅଛନ୍ତି ଲୋକପ୍ରିୟ କଫି ଚେନ୍ କାଫେ କଫି ଡେ ର ପ୍ରତିଷ୍ଠାତା ବିଜି ସିଦ୍ଧାର୍ଥ । କର୍ଣ୍ଣାଟକର ମାଙ୍ଗଲୋରସ୍ଥିତ ନେତ୍ରାବତୀ ନଦୀ ନିକଟରୁ ସିଦ୍ଧାର୍ଥ ଗାୟବ ହୋଇଥିବା ସୂଚନା ମିଳିଛି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ୍ କ୍ରିଷ୍ଣାଙ୍କ ଜ୍ବାଇ ହେଉଛନ୍ତି ସିଦ୍ଧାର୍ଥ । ସୋମବାର ସନ୍ଧ୍ୟାରୁ ସେ ନିଖୋଜ ହୋଇଥିବା ସୂଚନା ମିଳିଛି । ଖବର ପାଇବା ପରେ ସିଦ୍ଧାର୍ଥଙ୍କୁ ଖୋଜିବା ପାଇଁ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ୍ । ସାରା ଦେଶରେ କାଫେ କଫି ଡେ ସ୍ଥାପନ କରି ଜଣେ ସଫଳ ବ୍ୟବସାୟୀ ଭାବେ ଜଣାଶୁଣା ଥିଲେ ବିଜି ସିଦ୍ଧାର୍ଥ ।

ମିଳିଥିବା ସୂଚନା ମୂତାବକ, କର୍ଣ୍ଣାଟକରୁ ମାଙ୍ଗାଲୋର ଯାଉଥିବା ସମୟରେ ନେତ୍ରାବତୀ ନଦୀ ପାଖରେ ଥିବା ଏକ ପୋଲ ନିକଟରେ ରହିବାକୁ ତାଙ୍କ ଡ୍ରାଇଭରକୁ କହିଥିଲେ ଜ୍ଝ ଏହାପରେ କାରରୁ ଓହ୍ଲାଇ ପୋଲ ତଳକୁ ଯାଇ ଫୋନରେ କାହା ସହ କଥା ହେଉଥିଲେ ଜ୍ଝ ତେବେ କିଛି ସମୟ ପରେ ସିଦ୍ଧାର୍ଥ ନ ଫେରିବାରୁ ଡ୍ରାଇଭର ତାଙ୍କ ପରିବାର ଲୋକଙ୍କୁ ଏ ନେଇ ଜଣାଇଥିଲେ ।

ccdଅନ୍ୟପଟେ ସିଦ୍ଧାର୍ଥଙ୍କ ନିଖୋଜକୁ ନେଇ ଅନେକ ଗୁମର ଫିଟିବାରେ ଲାଗିଛି । ଫୋନ୍ ଯାଂଚରୁ ଜଣା ପଡିଛି ଶେଷ ସମୟରେ ସେ କମ୍ପାନୀର ମୁଖ୍ୟ ଆର୍ଥିକ ଅଧିକାରୀଙ୍କ ସହ କଥା ହୋଇଥିଲେ । ଏହି ସମୟରେ ସେ ତାଙ୍କୁ କମ୍ପାନୀର ଯତ୍ନ ନେବାକୁ କହିଥିଲେ । ତା ପରେ ଫୋନଥ ଅଫ୍ କରିଦେଇଥିଲେ ସିଦ୍ଧାର୍ଥ । କୁହାଯାଉଛି ସିଦ୍ଧାର୍ଥଙ୍କ କମ୍ପାନୀ ଉପରେ ପ୍ରାୟ ୭ ହଜାର କୋଟି ଟଙ୍କାର ଋଣ ରହିଥିଲା । ଯାହାକୁ ନେଇ ସେ ସର୍ବଦା ଚିନ୍ତିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.