Below header

ଚିଲି ପନୀରରୁ ବାହାରିଲା ଝିଟିପିଟି ଲାଞ୍ଜ

ଚିଲି ପନୀରରୁ ବାହାରିଲା ଝିଟିପିଟି । ଲକ୍ଷ୍ନୌର ଏକ ରେଷ୍ଟୁରାଣ୍ଟରେ ଖାଉଥିବା ସମୟରେ ଗ୍ରାହକଙ୍କ ଖାଦ୍ୟରୁ ବାହାରିଲା ଛିଟିପିଟି ଲାଞ୍ଜ । ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ପୋଲିସ୍  ।

ସୂଚନା ଅନୁସାରେ, ହୋଟେଲ୍ ମେପଲ୍ ଡିଲାଇଟକୁ ନିଜର ଜଣେ ବନ୍ଧୁ ଆକାଶଙ୍କ ସହ ଯାଇଥିଲେ ଅଭିଷେକ ତିୱାରୀ । ଆକାଶ ଅର୍ଡର କରିଥିବା ଚିଲି ପନୀର୍ ଖାଇବା ସମୟରେ ସେଥିରେ ପଡିଥିବା ଝିଟିପିଟିର ଲାଞ୍ଜ ଉପରେ ତାଙ୍କର ନଜର ପଡିଲା । ଏହା ପରେ ଘଟଣାସ୍ଥଳରେ ହିଁ ସେ ବାନ୍ତି କରିବାକୁ ଲାଗିଥିଲେ । ଯେତେବେଳେ ହୋଟେଲର କର୍ମଚାରୀଙ୍କୁ ଏନେଇ ଅଭିଯୋଗ କରିଥିଲେ ଅଭିଷେକ ସେତେବେଳେ ସେମାନେ ଏହାକୁ ମାନିନଥିଲେ । ଯାହା ପରେ ପୋଲିସରେ ଅଭିଯୋଗ କରିଥିଲେ ଅଭିଷେକ ।

ଅଭିଷେକଙ୍କ କହିବା ଅନୁଯାୟୀ ଘଟଣାକୁ ଚାପି ଦେବାକୁ ତାଙ୍କ ଉପରେ ଚାପ ପକାଯାଇଥିଲା । ଅନ୍ୟପଟେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଆକାଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.