Below header

ଭାରତୀୟ ରେଲୱେ ୩ ଲକ୍ଷ କର୍ମଚାରୀଙ୍କୁ କରିବ ଛଟେଇ, ଜାଣନ୍ତୁ କାହାର ଯିବ ଚାକିରି . . .

ଏବେ କର୍ମସ୍ଥଳରେ ସଠିକ୍ ଭାବେ କର୍ତ୍ତବ୍ଯ କରୁନଥିବା କର୍ମଚାରୀଙ୍କୁ ତଡିବା ପାଇଁ ଯୋଜନା କରୁଛି ରେଳବାଇ। ଭାରତୀୟ ରେଳବାଇ ପକ୍ଷରୁ ସବୁ ଜୋନାଲ ଅଫିସକୁ ଉକ୍ତ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ରେଲବାଇ ଅଧିନରେ କାମ କରୁଥିବା ୫୫ ବର୍ଷରୁ ଉର୍ଦ୍ଧ୍ବ କିମ୍ବା ୨୦୨୦ ମାର୍ଚ୍ଚ ବେଳକୁ ୩୦ ବର୍ଷ ଚାକିରୀ ପୂରଣ କରୁଥିବା ଲୋକମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି।

ରେଳବାଇ ବୋର୍ଡ ପକ୍ଷରୁ ସବୁ ମଣ୍ଡଳ କାର୍ଯ୍ଯାଳୟକୁ ମଧ୍ୟ ଚିଠି କରିଦିଆଯାଇଛି। ଏଥିରେ ଉଲ୍ଲେଖ ରହିଛି, ନିଜର ଅଫିସ କର୍ମଚାରୀମାନଙ୍କର ସର୍ଭିସ ରେକର୍ଡ ଏବଂ ସେମାନଙ୍କର କାର୍ଯ୍ଯଦକ୍ଷତା ସୂଚୀ, ମାନସିକ ଏବଂ ଶାରୀରିକ ଫିଟନେସ, ବିଭାଗ ଏବଂ କର୍ମଚାରୀଙ୍କ ଅଫିସ ଖର୍ଚ୍ଚ ଖୁବଶୀଘ୍ର ପ୍ରସ୍ତୁତ କରାଯିବାକୁ ଅନୁରୋଧ କରାଯାଇଛି। ଏଥିରେ କାମ କରୁଥିବା ୫୫ ବର୍ଷରୁ ଉର୍ଦ୍ଧ୍ବ କିମ୍ବା ୨୦୨୦ ମାର୍ଚ୍ଚ ବେଳକୁ ୩୦ ବର୍ଷ ଚାକିରୀ ପୂରଣ କରୁଥିବା ଲୋକମାନେ ପେନସନ ପାଇବାର ଯୋଗ୍ଯ ହୋଇସାରିଲେଣି ବୋଲି ରେଳବାଇ କହିଛି।  ରେଳବାଇ ପକ୍ଷରୁ ୨୭ ଜୁଲାଇରେ ଜାରି ହୋଇଥିବା ଏହି ଚିଠିରେ ଅଗଷ୍ଟ ୯ ତାରିଖ ସୁଦ୍ଧା ସବୁ ଜୋନାଲ ଅଫିସ ଉକ୍ତ ତାଲିକା ପଠାଇବେ ବୋଲି ଉଲ୍ଲେଖ ରହିଛି। ଯେଉଁମାନେ ନିଜର କର୍ତ୍ତବ୍ଯ ସଠିକ ଭାବେ କରୁନାହାନ୍ତି ସେମାନଙ୍କ ବିରୋଧରେ ଅନୁଶାସନାତ୍ମକ ପଦକ୍ଷେପ ଗ୍ରହଣ କରିବା ପାଇଁ ରେଳବାଇ ପକ୍ଷରୁ ଏପରି କରାଯାଏ। ଏହି ଦିଗରେ ପଦକ୍ଷେପ ନେବା ପାଇଁ ସରକାର ଗମ୍ଭୀର ଭାବେ କାର୍ଯ୍ଯ କରୁଛନ୍ତି। ଏବେ ରେଳବାଇ ଅଧିନରେ ୧୩ ଲକ୍ଷ କର୍ମଚାରୀ ରହିଛନ୍ତି, ୨୦୨୦ ବେଳକୁ ଏମାନଙ୍କ ସଂଖ୍ଯା ୧୦ ଲକ୍ଷ କରିବାକୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.