ଧର୍ମନଗରୀ ମଥୁରାରେ ଅଧର୍ମ, ଜନ୍ମଦିନ ପାର୍ଟିକୁ ନେଇଯାଇ ସାଙ୍ଗମାନେ କଲେ ଗଣଦୁଷ୍କର୍ମ

ମଥୁରା: ଉତ୍ତରପ୍ରଦେଶର ଧର୍ମନଗରୀ ଭାବେ ପରିଚିତ ମଥୁରା ଅଧର୍ମ । ସୋମବାର ମଥରୁରା ଏକ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବା ନେଇ ମାମଲା ସମ୍ନାକୁ ଆସିଛି। ପୀଡିତା ଜଣଙ୍କ ନିଜ ପରିବାର ଲୋକଙ୍କ ସହିତ ଥାନାରେ ପହଁଚିବା ପରେ ସମ୍ପୁର୍ଣ୍ଣ ଘଟଣା ବିଷୟରେ ଜଣାପଡିଥିଲା। ଏହି ଘଟଣା ଜାଣିବା ପରେ ପୋଲିସ୍ ତୁରନ୍ତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଥିବା ଜଣାପଡିଛି।

gang rapeମିଳିଥିବା ସୂଚନା ମୁତାବକ ପୀଡିତା ଜଣଙ୍କ ମଥୁରା ଏକ ଘରୋଇ ହସ୍ପିଟାଲରେ କମ୍ପାଉଣ୍ଡର ଭାବେ କାର୍ଯ୍ୟ କରୁଥିଲେ । ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି କି, ଏକ ଜନ୍ମ ଦିନ ପାର୍ଟିରେ ତାଙ୍କୁ ଜଣେ କମ୍ପାଉଣ୍ଡର ସାଙ୍ଗ ଓ ଅନ୍ୟ ସାଥୀମାନେ ମିଶିକି ନେଇଯାଇଥିଲେ । ଏହାପରେ ସେମାନେ ସେଠାରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହାସହିତ ସେମାନେ ଯୁବତୀଙ୍କର ଅଶ୍ଳିଳ ଫଟୋ ଉଠାଇବା ସହିତ ଭାଇରାଲ କରିଦେବାକୁ ଧମକ ମଧ୍ୟ ଦେଇଥିଲେ ।

womenପୀଡିତା ଜଣଙ୍କ କହିଛନ୍ତି କି, ଧମକ ଦେବା କାରଣରୁ ସେ ବହୁ ଦିନ ଏହି ଘଟଣା ବିଷୟରେ କାହାକୁ କିଛି କହିନଥିଲେ । କିନ୍ତୁ ଯେବେ ଅଭିଯୁକ୍ତ ମାନେ ତାଙ୍କୁ ଫୋନ୍ କରି ଖରାପ ଭାଷାରେ ଗାଳି ଦେବା ସହିତ ବ୍ଳାକମେଲ୍ କରିବା ଆରମ୍ଭ କଲେ ସେ ଆଉ ସହିପାରିନଥିଲେ । ଏନେଇ ତାଙ୍କ ପରିବାର ଲୋକଙ୍କୁ ସବୁ କଥା କହିଥିଲେ ଓ ପୋଲିସ୍ ନିକଟରେ ମାମଲା ରୁଜୁ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.