କେବଳ ଡିପ୍ରେସନ ନୁହେଁ ଡାଇବେଟିଜ୍ ରୋଗୀମାନଙ୍କ ପାଇଁ ଲାଭଦାୟକ ହୋଇଥାଏ ରେଡ୍ ୱାଇନ୍

ଶରୀର ପାଇଁ ମଦ ଲଭଦାୟକ ହୋଇନଥାଏ, ଏହା ଯେତିକି ସତ୍ୟ ସେତିକି ସଠିକ୍ ମଧ୍ୟ। ଏହି ତତ୍ୟ ମଧ୍ୟ ରହିଛି ରେଡ୍ ୱାଇନ୍ ରେ ଶୁଦ୍ଧ ରୂପେ ମଦର ଗୁଣ ରହିଛି। ରେଡ୍ ୱାଇନ୍ କଳା ଅଙ୍ଗୁରରୁ ପ୍ରସ୍ତୁତ ହୋଇଥାଏ। ଏହା ଶରୀର ପାଇଁ ଖୁବ୍ ଲାଭଦାୟକ ମଧ୍ୟ ହୋଇଥାଏ। ବର୍ତ୍ତମାନ ଏକ ରିସର୍ଚ୍ଚରୁ ଜାଣିବାକୁ ମିଳିଛି ରେଡ୍ ୱାଇନ୍ ଡିପ୍ରେସନ୍ ଏବଂ ଏନଜାଇଟ୍ କୁ କମ କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ଆପଣମାନେ ଜାଣିଛନ୍ତି କି ରେଡ୍ ୱାଇନ୍ ଡାଇବେଟିଜ୍ ବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ। ଏହା ରକ୍ତରେ ସୁଗାରର ମାତ୍ରା କମ କରିଥାଏ। ଏବଂ ଇନସୁଲିନ୍ କ୍ଷରଣକୁ ପ୍ରୋତ୍ସାହିତ କରିଥାଏ।

ଏହାସହ ପଢନ୍ତୁ: ଜାଣନ୍ତୁ ରାତିରେ ଶୋଇବା ପୂର୍ବରୁ ଫଳ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ନା ଖରାପ ?

ଏଥିରେ ଥିବା ପୋଲିଫେନାଲ ଆଣ୍ଟିଅକ୍ସିଡେଣ୍ଟ LDL କୋଲେଷ୍ଟ୍ରଲକୁ କମ କରିଥାଏ, ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହେବା ସହ ଶରୀରର ଓଜନକୁ ମଧ୍ୟ ସନ୍ତୁଳନ ରଖିବାରେ ସାହାଯ୍ୟ କରିଥାଏ। ରେଡ୍ ୱାଇନରେ ଆଇରନ, ମ୍ୟାଗେସିୟମ, ଭିଟାମିନ ବି-୬ ଏବଂ ଭିଟାମିନ-ସି ପ୍ରଚୁର ମାତ୍ରାରେ ରହିଥାଏ। ଏହା ବ୍ୟତୀତ ଏଥିରେ ଆକ୍ଟିଭ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ, ଯାହା ଶରୀରରେ ଇମ୍ୟୁନିଟି ବଢାଇଥାଏ। ରେଡ୍ ୱାଇନ୍ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହେବା ସହ ତ୍ବଚା ପାଇଁ ମଧ୍ୟ ଖୁବ୍ ଲାଭକାରୀ ହୋଇଥାଏ। ଏହା ତ୍ବଚାକୁ ଯବାନ୍ ରଖିବାରେ ସାହାଯ୍ୟ କରିଥାଏ।

Leave A Reply

Your email address will not be published.