Below header

କରୋନା ହଟସ୍ପଟ୍ ବିଷୟରେ ଏବେ ଗୁଗଲ ମ୍ୟାପ ଦେବ ସୂଚନା

ଗୁଗୁଲ୍ ଦୀର୍ଘ ଦିନ ଧରି ଲୋକଙ୍କୁ କରୋନା ବିଷୟରେ ଅବଗତ କରାଉଥିଲା । ବର୍ତ୍ତମାନ ଗୁଗୁଲ୍ ଏହାର ମାନଚିତ୍ରରେ କଲର କୋଡିଂ କରିବାକୁ ଯାଉଛି । ଯାହା ପରେ ଲୋକମାନେ ନିଜେ ଗୁଗୁଲ୍ ମ୍ୟାପ୍ସରେ କରୋନା ହଟସ୍ପଟ୍ ବିଷୟରେ ସୂଚନା ପାଇବେ । ଗୁଗୁଲ ଏହାର ବ୍ଲଗ୍ ରେ ଏହି ନୂତନ ଅପଡେଟ ବିଷୟରେ ସୂଚନା ଦେଇଛି ।

ଗୁଗୁଲ ନିଜ ବ୍ଲଗରେ କହିଛି ଯେ ଗୁଗୁଲ୍ ମ୍ୟାପ୍ସରେ “COVID-19” ର ବିକଳ୍ପ ଉପରେ ଟ୍ୟାପ୍ କଲେ ମ୍ୟାପ୍ ଗତ ସାତ ଦିନର ହାରାହାରି କରୋନା ମାମଲା ବାହାର କରିବ ଏବଂ କରୋନା ହଟସ୍ପଟ୍ ବିଷୟରେ ପ୍ରକାଶ କରିବ । ଗୁଗୁଲ ଏହାର ସର୍ଚ୍ଚ ରେଜଲ୍ଟରେ COVID-19 ପରୀକ୍ଷା କେନ୍ଦ୍ର ବିଷୟରେ ସୂଚନା ପ୍ରଦାନ କରିବା ଆରମ୍ଭ କରିଛି । ବର୍ତ୍ତମାନ ଆପଣ ସିଧାସଳଖ ଗୁଗୁଲକୁ ପଚାରିପାରିବେ ଯେ ଆପଣଙ୍କ ଚାରିପାଖରେ କରୋନା ପରୀକ୍ଷା କେଉଁଠି କରାଯାଉଛି । ଗୁଗୁଲର ଏହି ଫିଚର ଏହି ସପ୍ତାହରୁ ଆପଲ୍ ଏବଂ ଗୁଗୁଲର ସଫ୍ଟୱେର୍ ଅପଡେଟ୍ ପରେ ଉପଲବ୍ଧ ହେବ ।

ସୂଚନା ଅନୁଯାୟୀ ଗୁଗୁଲ ଏହାର ମ୍ୟାପ Google Maps ପାଇଁ ଏକ ନୂଆ ପଡେଟ ଜାରି କରିଛି, ଯେଉଁଥିରେ ଭିଜୁଆଲ୍ ପୂର୍ବ ଅପେକ୍ଷା ଉନ୍ନତ ହୋଇଛି । ଗୁଗୁଲ୍ ମ୍ୟାପ୍ସର ନୂତନ ଅପଡେଟରେ ଆପଣ ପୂର୍ବ ଅପେକ୍ଷା ଭଲ କଲର ପାଇପାରିବେ ଉଦାହରଣସ୍ୱରୂପ ରଙ୍ଗ ଉପରେ ଆଧାର କରି, ଆପଣ ରାସ୍ତା ଏବଂ ଜଙ୍ଗଲ ବିଷୟରେ ସୂଚନା ପାଇବେ । ପୂର୍ବ ଅପେକ୍ଷା ଜଙ୍ଗଲ କ୍ଷେତ୍ର ଅଧିକ ସବୁଜ ଦେଖାଯିବ ।

ଗୁଗୁଲ୍ ମ୍ୟାପ୍ସର ଏହି ଅପଡେଟର ନାମ ହେଉଛି କଲର ମ୍ୟାପିଙ୍ଗ୍ । ଗୁଗୁଲ ନିଜର ବ୍ଲଗ ମାଧ୍ୟମରେ ଏହି ନୂଆ ଅପଡେଟ ବିଷୟରେ ସୂଚନା ଦେଇଛି । ନୂତନ ଅପଡେଟକୁ ନେଇ ଗୁଗୁଲର ଲକ୍ଷ୍ୟ ହେଉଛି ଉପଭୋକ୍ତାମାନଙ୍କୁ ଏକ ପ୍ରାକୃତିକ ଅଭିଜ୍ଞତା ଦେବା । ଗୁଗୁଲ୍ ମ୍ୟାପ୍ସର ଏହି ଅପଡେଟ ବିଶ୍ଵର 220ଟି ଦେଶରେ ଦୃଶ୍ୟମାନ ହେବ । ଏହି ଫିଚର HSV କଲର ମଡେଲ ଉପରେ କାମ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.