Below header

୧୫ ମିନିଟ ପୂର୍ବରୁ ଆପଣ ଗୁଗୁଲରେ କ’ଣ ଖୋଜିଥିଲେ, କେହି ଜାଣିପାରିବେନି

ଆପଣ ଜାଣିଥିବେ ଯେ ବର୍ତ୍ତମାନ ଅନେକ କାମରେ ଗୁଗଲ ଆମକୁ ସାହାଯ୍ୟ କରୁଛି । ଯେକୌଣସି କାମ ବିଷୟରେ ଜାଣିବାର ଥାଉ ନା କାହିଁକି, ତାହା ଆମେ ଗୁଗଲରେ ଖୋଜି ପାଇଯାଉ। କିନ୍ତୁ ଅନେକ ସମୟରେ ଏମିତି କିଛି ଜିନିଷ ଭୁଲ୍ ରେ ଆମେ ସର୍ଚ୍ଚବାରରେ ଲେଖିଥାଉ ଯାହାକି ପରବର୍ତ୍ତୀ ସମୟରେ ଆମକୁ ଅସୁବିଧାରେ ପକାଇଥାଏ।

ଯାହାକୁ ଆମେ ଡିଲେଟ୍ କରିବାକୁ ଚାହୁଁ। ଯଦି ଆପଣ ୧୫ ମିନିଟ୍ ପୂର୍ବରୁ ଆପଣଙ୍କର ସମସ୍ତ ଗୁଗଲ ସର୍ଚ୍ଚ ହିଷ୍ଟ୍ରୀ ହଟାଇବାକୁ ଚାହାଁନ୍ତି, ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହାକୁ ଡିଲେଟ୍ କରିବାର ଷ୍ଟେପ୍ । ଏହାପରେ ଆପଣ ଯାହାବି ସର୍ଚ୍ଚ କରିବେ ତାହା ଅନ୍ୟ କେହି ଦେଖିବାକୁ ସମର୍ଥ ହେବେ ନାହିଁ। ଗୁଗୁଲ୍, ମୋବାଇଲ୍ ଆପ୍ ପାଇଁ ଏକ ନୂଆ ଫିଚର୍ ଲଞ୍ଚ କରିବା ଆରମ୍ଭ କରିଛି, ଯାହା ଆପଣଙ୍କ ପାଇଁ ଏହା ସହଜ କରିବ । ଯାହା କମ୍ପାନୀ ୨୦୨୧ ରେ ଏକ ପ୍ରେସ କନଫରେନ୍ସରେ ଘୋଷଣା କରିଥିଲା। ଏହି ଫିଚର୍ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମୋବାଇଲ୍ ଆପରୁ ୧୫ ମିନିଟ୍ ପୂର୍ବରୁ ଗୁଗୁଲ୍ ସର୍ଚ୍ଚ ହିଷ୍ଟ୍ରି କାଟିବା ସାହାଯ୍ୟ କରିବ। ସବୁଠୁ ବଡ଼ କଥା ହେଉଛି ଏହାକୁ କେହି ଦେଖି ପାରିବେ ନାହିଁ।

ସର୍ବପ୍ରଥମେ ଆପଣଙ୍କ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଗୁଗୁଲ୍ ଆପ୍ ଖୋଲନ୍ତୁ । ଆପର ଉପର ଡାହାଣ ପାର୍ଶ୍ୱରେ ଥିବା ପ୍ରୋଫାଇଲ୍ ଛବି ଆଇକନ୍ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଏଠାରେ ଆପଣ ‘ ଡିଲେଟ୍ ଲାଷ୍ଟ 15 ମିନିଟ୍ ‘ ଅପ୍ସନ୍ ଦେଖିବେ। ଏହା ଉପରେ କ୍ଲିକ୍ କରି, ଗୁଗୁଲ୍ ସର୍ଚ୍ଚ ହିଷ୍ଟ୍ରିର ଶେଷ ୧୫ ମିନିଟ୍ ଡିଲିଟ୍ ହୋଇଯିବ।

ଯେଉଁ ଉପଭୋକ୍ତାଙ୍କର ଆଣ୍ଡ୍ରଏଡ୍ ଫୋନରେ ଏହି ଫିଚର୍ ଦେଖା ଯାଉନି, ସେମାନଙ୍କୁ ସେମାନଙ୍କର ଗୁଗୁଲ୍ ଆପ୍ ଅପଡେଟ୍ କରିବାକୁ ପଡିବ। ଯଦି ଅପଡେଟ୍ କରିବା ପରେ ମଧ୍ୟ ଏହି ଫିଚର ଆପଣ ଦେଖି ପାରୁନାହାନ୍ତି, ତେବେ ଏହାର ଅର୍ଥ ହେଉଛି ଆପଣଙ୍କୁ ଏହି ଫିଚର୍ ପାଇଁ ଅପେକ୍ଷା କରିବାକୁ ପଡିବ କାରଣ ଗୁଗଲ ଧୀରେ ଧୀରେ ସମସ୍ତ ଉପଭୋକ୍ତାଙ୍କୁ ଏହି ଅପଡେଟ୍ ଦେଉଛି ।

ଏହି ଫିଚର୍ ଉପଭୋକ୍ତାମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ। ଏପରି ପରିସ୍ଥିତିରେ, ଯେଉଁ ଉପଭୋକ୍ତାମାନେ ସେମାନଙ୍କର ସବୁ ଦିନର ସର୍ଚ୍ଚ ହିଷ୍ଟ୍ରି ଏଣ୍ଡ ନକରି କେବଳ ଅଳ୍ପ ସମୟର ହିଷ୍ଟ୍ରି ଡିଲେଟ୍ କରିବାକୁ ଚାହାଁନ୍ତି, ତେବେ ଏହା ୧୫ ମିନିଟର ହିଷ୍ଟ୍ରି ଡିଲେଟ୍ କରିବାର ଅପ୍ସନ୍ ଦେବ। ଆପଣ ଏହାକୁ ଡିଲେଟ୍ କରିବା ଦ୍ୱାରା ଅନ୍ୟ ଏକ ବଡ଼ ଲାଭ ହେବ ଯେ ଆପଣଙ୍କ ଫୋନ ବାରମ୍ବାର ହ୍ୟାଙ୍ଗ୍ ହେବନି ଓ ଆପଣ ଭୁଲ୍ ଡାଟା ମଧ୍ୟ ପାଇବେନି। ସର୍ଚ୍ଚବାରରେ ଯାହା ଖୋଜିବେ ସେହି ତଥ୍ୟ ହିଁ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.