ଯୁଦ୍ଧ ଭିତରେ ରୁଷରେ ବଢ଼ି ଯାଇଛି କଣ୍ଡୋମ୍‌ର ଡିମାଣ୍ଡ; ୧୭୦% ଡେଇଁଲା ବିକ୍ରି!

ରୁଷ ପାଖାପାଖି ଏକ ମାସ ହେବ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ପୂରା ବିଶ୍ୱରେ ଏହି ଯୁଦ୍ଧର ପ୍ରଭାବ ଦେଖିବାକୁ ମିଳୁଛି। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି। ଗୋଟିଏ ପଟେ ଯୁଦ୍ଧ ଚାଲିଥିବା ବେଳେ ସେପଟେ ରୁଷରେ ହଠାତ୍‌ ବଢ଼ି ଯାଇଛି କଣ୍ଡୋମ୍‌ ବିକ୍ରି। ଏକ ବ୍ରିଟିଶ ଖବରକାଗଜ ମୁତାବକ, ଦେଶରେ କଣ୍ଡୋମ୍‌ ବିକ୍ରି ୧୭୦ ପ୍ରତିଶତ ଡେଇଁଛି। ଆମେରିକା ଏବଂ ପଶ୍ଚିମ ଦେଶଗୁଡ଼ିକର ପ୍ରତିବନ୍ଧକ ପରେ ରୁଷର ଜନତା ବଜାରରେ କଣ୍ଡୋମ ଅଭାବକୁ ନେଇ ଡରି ଯାଇଛନ୍ତି, ଯେଉଁଥିପାଇଁ ସେମାନେ ଦିନ ଥିବା ଆଗରୁ ଷ୍ଟକ୍‌ କିଣି ନେଉଛନ୍ତି।

ରିପୋର୍ଟ ମୁତାବକ, ରୁଷ ଲୋକଙ୍କୁ ଡର ଖାଉଛି ଯେ ପ୍ରତିବନ୍ଧକର ପ୍ରଭାବ କଣ୍ଡୋମର ଦାମ୍‌ ଉପରେ ପଡ଼ିପାରେ। ବଜାରରେ କଣ୍ଡୋମ ସପ୍ଲାଇ ବି ହ୍ରାସ ପାଇପାରେ। ଯେତେବେଳେ କି, କେତେକ କମ୍ପାନୀ ରୁଷରେ ନିଜ କାରବାର ବନ୍ଦ କରି ସାରିଲେଣି। କିନ୍ତୁ ସେଠି ଏକ ବ୍ରିଟିଶ କଣ୍ଡୋମ ନିର୍ମାତା କମ୍ପାନୀ ନିଜ ବ୍ୟବସାୟ ଜାରି ରଖିଥିବା ରୁଷର ଏକ ଅନଲାଇନ ରିଟେଲର ସୂଚନା ଦେଇଛି।

ରୁଷୀୟ ଫର୍ମାସୀ ଚେନ୍‌ 36.6 PJSC କହିଛି କି, କଣ୍ଡୋମ ବିକ୍ରିରେ ୨୬ ପ୍ରତିଶତର ବୃଦ୍ଧି ହୋଇଛି। କେମିଷ୍ଟ୍‍ ତରଫରୁ କଣ୍ଡୋମ ବିକ୍ରି ଗତବର୍ଷ ତୁଳନାରେ ୩୨ ପ୍ରତିଶତ ବଢ଼ିଛି। ତେବେ ରୁଷ ସୁପରମାର୍କେଟ ମୁତାବକ, କଣ୍ଡୋମ ବିକ୍ରିରେ ୩୦ ପ୍ରତିଶତ ବୃଦ୍ଧି ଘଟିଛି।

ଷ୍ଟକ୍‌ ଜମା କରୁଛନ୍ତି ଲୋକେ

ମସ୍କୋର ଏକ ଆଡଲ୍ଟ ଷ୍ଟୋର ସୂତ୍ରରୁ ଜଣାପଡ଼ିଛି, ଲୋକେ ଭବିଷ୍ୟତ ପାଇଁ କଣ୍ଡୋମ ଜମା କରିବାରେ ଲାଗି ପଡ଼ିଛନ୍ତି। ଦେଶରେ କଣ୍ଡୋମ ଦାମ୍‌ ବି ବଢ଼ି ଯାଇଛି। ପାଶ୍ଚାତ୍ୟ ମୁଦ୍ରା ତୁଳନାରେ ରୁଷୀୟ ରୁବଲ ଦୁର୍ବଳ ପଡ଼ିଛି, ଯେଉଁ କାରଣରୁ ଜିନିଷଗୁଡ଼ିକର ଦାମ୍‌ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.