Below header

କିଏ ଆପଣଙ୍କ UPI ପିନ୍‌ ଜାଣିନେଇଛନ୍ତି କି? ତେବେ ତୁରନ୍ତ ଏପରି କରନ୍ତୁ ଚେଞ୍ଜ୍‌

ଆଜିର ସମୟରେ କାହାକୁ ଯଦି ଟଙ୍କା ପଠାଇବାର ଅଛି ତାହେଲେ ସବୁଠାରୁ ସହଜ ତରିକା ହେଉଛି UPI ପିନ୍‌। କାରଣ ଏହାର ବ୍ୟବହାର କରିବା ବହୁତ ସହଜ। ୟୁପିଆଇ ପେମେଣ୍ଟ ପାଇଁ ଆପଣଙ୍କୁ ଏକ ପିନ୍‌ ତିଆରି କରିବାକୁ ହୋଇଥାଏ, ଆଉ ଏହି ପିନକୁ କୁହାଯାଏ ୟୁପିଆଇ ପିନ୍‌। ଅନେକ ଲୋକଙ୍କ ପାଇଁ ଏହାକୁ ମନେ ରଖିବା ବହୁତ ମୁସକିଲ ହୋଇଯାଇଥାଏ। ତେବେ ଯଦି ଆପଣଙ୍କ ପିନ୍‌ ଅନ୍ୟ କିଏ ଜାଣିନେଲେ ତାହେଲେ ଏପରି ସ୍ଥିତିରେ ଆପଣ ତୁରନ୍ତ ନିଜର ୟୁପିଆଇ ପିନକୁ ରିସେଟ୍‌ କରିବା ଉଚିତ। ଯଦି ଆପଣ ଭାବୁଛନ୍ତି ୟୁପିଆଇ ପିନ୍‌ କେମିତି ରିସେଟ୍‌ କରିବେ, ତାହେଲେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାର ତରିକା ବହୁତ ସହଜ। ମାତ୍ର କେଇଟା ପ୍ରୋସେସରେ ହିଁ ଆପଣ ନିଜ ୟୁପିଆଇ ପିନକୁ ଚେଞ୍ଜ୍‌ କରିପାରିବେ। ତାହେଲେ ଆସନ୍ତୁ ଜାଣିବା ଏଥିପାଇଁ କଣ ରହିଛି ପ୍ରୋସେସ୍‌।

  • ଏଥିପାଇଁ ଆପଣଙ୍କୁ ନିଜ ସ୍ମାର୍ଟଫୋନରେ PhonePe ଆପ୍‌ ଖୋଲିବାକୁ ହେବ।
  • ଏହାପରେ ଲେଫ୍ଟ ସାଇଡ୍‌ ଉପର ଆଡକୁ ଆପଣଙ୍କୁ ନିଜର ପ୍ରୋଫାଇଲ ଉପରେ ଟ୍ୟାପ୍‌ କରିବାକୁ ହେବ।
  • ଏବେ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟ ଚୟନ କରନ୍ତୁ, ଯେଉଁଥିରେ ଆପଣ ନିଜର UPI ପିନ୍‌ ବଦଳାଇବାକୁ ଚାହୁଁଛନ୍ତି।
  • ଏହାପରେ ଆପଣଙ୍କୁ UPI ପିନ୍‌ ସେକ୍ସନକୁ ଯିବାକୁ ହେବ। ଏଠାରେ ଆପଣଙ୍କୁ ରିସେଟ୍‌ ବିକଳ୍ପ ଦେଖାଯିବ। ଏହାଉପରେ ଟ୍ୟାପ୍‌ କରନ୍ତୁ।
  • ଏହାପରେ ଆପଣଙ୍କୁ ନିଜ ଡେବିଟ୍‌ କାର୍ଡର ଲାଷ୍ଟ ୬ ଅଙ୍କ ଏବଂ ଭ୍ୟାଲିଡ୍‌ ଅପ୍‌ ଟୁ ତାରିଖକୁ ଏଣ୍ଟର କରିବାକୁ ହେବ।
  • ଏହାପରେ ଆପଣଙ୍କୁ Verify ଉପରେ କ୍ଲିକ କରିବାକୁ ହେବ।
  • ଏବେ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଏକ OTP ଆସିବ। ସେହି ଓଟିପିକୁ ଏଣ୍ଟର କରି Proceed ଉପରେ କ୍ଲିକ କରନ୍ତୁ।
  • ଏହାପରେ ଏକ ନୂଆ UPI ପିନ୍‌ ବନାନ୍ତୁ ଏବଂ କନଫର୍ମ ଉପରେ କ୍ଲିକ କରିଦିଅନ୍ତୁ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ପ୍ରୋସେସ୍‌ ବହୁତ ସହଜ। କିନ୍ତୁ ଅନେକ ଥର ଆମ ପାଖରେ ଡେବିଟ୍‌ କାର୍ଡ ଡିଟେଲ୍ସ ନଥାଏ। ଯଦି ଆପଣଙ୍କ ପାଖରେ ଡେବିଟ୍‌ କାର୍ଡ ନାହିଁ, ତାହେଲେ ଆପଣ ପେଟିଏମରେ ଡେବିଟ କାର୍ଡ ବିନା ୟୁପିଆଇ ପିନ୍‌ ବଦଳାଇପାରିବେ। ଏହାକୁ ଆପଣ ଗୁଗଲ ପେ ଜରିଆରେ ବି ଚେଞ୍ଜ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.