ଶ୍ରାବଣ ଅମାବାସ୍ୟାରେ ଏହି ଗଛକୁ ପୂଜା କଲେ ଦୂର ହୁଏ ଶନି ଦୋଷ, ମିଳିବ ଅନେକ ଲାଭ

ଶ୍ରାବଣ ମାସର ଅମାବାସ୍ୟାକୁ ହରିୟାଲୀ ଅମାବାସ୍ୟା ବୋଲି ମଧ୍ୟ କୁହାଯାଏ । ଏଥର ଶ୍ରାବଣ ଅମାବାସ୍ୟା ଜୁଲାଇ ୨୮ ରେ ପଡ଼ୁଛି । ଅମାବାସ୍ୟାରେ ପୂଜା ପାଠ, ସ୍ନାନ ଦାନ କରିବା ଉତ୍ତମ ମନାଯାଇଥାଏ । ପରିବେଶ ଦୃଷ୍ଟିରୁ ମଧ୍ୟ ଏହାର ମହତ୍ୱ ରହିଛି । ଏହି ଦିନ ଗଛ ଲଗାଇବା ଦ୍ୱାରା ଶୁଭ ହୋଇଥାଏ ।

ସେହିପରି ହରିୟାଲି ଅମାବାସ୍ୟା ବା ଶ୍ରାବଣ ଅମାବାସ୍ୟାରେ ବିଶେଷ ବୃକ୍ଷକୁ ପୂଜା କରିବା ଦ୍ୱାରା ଗ୍ରହ ଦୋଷ ଦୂର ହୋଇଥାଏ । ସୁଖ ଓ ସୌଭାଗ୍ୟ ଲାଭ ହୋଇଥାଏ । ଏହି ଆମବାସ୍ୟାରେ ନା କେବଳ ବୃକ୍ଷ ରୋପଣ କରନ୍ତୁ ଏହାର ଯତ୍ନ ନେବା ପାଇଁ ମଧ୍ୟ ଶପଥ ନିଅନ୍ତୁ । ଆସନ୍ତୁ ଜାଣିବା ଏହି ଦିନ କେଉଁ ବୃକ୍ଷକୁ ପୂଜା କଲେ କି ଲାଭ ମିଳିଥାଏ ।

ଶ୍ରାବଣ ଅମାବାସ୍ୟାରେ କେଉଁ ବୃକ୍ଷକୁ ପୂଜା କଲେ କି ଫଳ ମିଳେ :

ନୀମ :

ସନ୍ତାନ ପ୍ରାପ୍ତି ପାଇଁ ଏହି ଦିନ ନୀମ ଗଛକୁ ପୂଜା କରିବାର ବିଧାନ ରହିଛି । ମାନ୍ୟତା ରହିଛି ଯେ ଏହାଦ୍ୱାରା ରୋଗର ମଧ୍ୟ ନାଶ ହୋଇଥାଏ । ଶ୍ରାବଣ ଅମାବାସ୍ୟାରେ ନୀମ ରୋପଣ ଦ୍ୱାରା ପିତୃଦୋଷ ଶାନ୍ତ ହୋଇଥାଏ ।

ଅଶ୍ୱସ୍ତ :

ହିନ୍ଦୁ ଧର୍ମରେ ଅଶ୍ୱସ୍ତ ବୃକ୍ଷ ପୂଜନୀୟ । ଶାସ୍ତ୍ର ଅନୁସାରେ ଅଶ୍ୱସ୍ତ ବୃକ୍ଷରେ ତ୍ରିଦେବ ବା ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ବାସ ହୋଇଥାଏ । ଶ୍ରାବଣ ଅମାବାସ୍ୟାରେ ଏହାକୁ ପୂଜା କରିବା ଦ୍ୱାରା ଶନିଙ୍କ ମହାଦଶାରୁ ମୁକ୍ତି ମିଳିଥାଏ । ଶ୍ରାବଣରେ ଏହାର ପୂଜା କରିବା ଦ୍ୱାରା ଭଗବାନ ଶିବଙ୍କ ସହ ବିଷ୍ଣୁ ବି ସନ୍ତୁଷ୍ଟ ହୋଇଥାନ୍ତି ।

ବଟ :

ବଟ ବା ବର ଗଛକୁ ଶ୍ରାବଣ ଅମାବାସ୍ୟାରେ ପୂଜା କଲେ ଅଖଣ୍ଡ ସୌଭାଗ୍ୟ ମିଳିଥାଏ । ପରିବାରରେ ସୁଖ ଶାନ୍ତି ମିଳିଥାଏ ।

ଅଳାଁ :

ଯଦି ଆପଣ ଧନ ସମ୍ପର୍କିତ ସମସ୍ୟାରେ ରହୁଛନ୍ତି ତେବେ ଶ୍ରାବଣ ଅମାବାସ୍ୟାରେ ଅଳାଁ ଗଛକୁ ପୂଜା କରନ୍ତୁ ଓ ସନ୍ଧ୍ୟା ସମୟରେ ଏହି ଗଛ ମୂଳରେ ଘିଅ ଦୀପ ଜଳାନ୍ତୁ ।

ବେଲ :

ଶ୍ରାବଣ ମାସରେ ବେଲ ଗଛକୁ ପୂଜା କରିବା ଦ୍ୱାରା ସମସ୍ତ ପାପର ବିନାଶ ହୋଇଥାଏ । କୁହାଯାଏ ଏହି ଅମାବାସ୍ୟା ତିଥିରେ ବେଲ ଗଛକୁ ଭାଙ୍ଗିଲେ ମହାଦେବ ଅସନ୍ତୁଷ୍ଟ ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.