ଦେଶର ୪ କୋଟି ଜନତା ନେଇ ନାହାନ୍ତି କରୋନା ଭ୍ୟାକ୍ସିନର ଗୋଟିଏ ବି ଡୋଜ୍‌! ସରକାର ଦେଲେ ସୂଚନା

ଦେଶର ପାଖାପାଖି ୪ କୋଟି ଯୋଗ୍ୟ ଲାଭାର୍ଥୀ ୧୮ ଜୁଲାଇ ସୁଦ୍ଧା କୋଭିଡ୍‌-୧୯ ଭ୍ୟାକ୍ସିନର ଗୋଟିଏ ବି ଡୋଜ୍‌ ନେଇ ନାହାନ୍ତି। ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଭାରତୀ ପ୍ରବୀଣ ପାଓ୍ଵାର ଶୁକ୍ରବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି। ସେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ୧୮ ଜୁଲାଇ ସୁଦ୍ଧା ସରକାରୀ କୋଭିଡ୍‌ ଟିକାକରଣ କେନ୍ଦ୍ର (ସିଭିସି) ରେ ମୋଟ ୧,୭୮,୩୮,୫୨,୫୬୬ ଭ୍ୟାକ୍ସିନ ଡୋଜ୍‌ ମାଗଣାରେ ଦିଆଯାଇଛି, ଯାହାକି ୯୭.୩୪ ପ୍ରତିଶତ।

୧୮ ଜୁଲାଇ ସୁଦ୍ଧା ପାଖାପାଖି ୪ କୋଟି ଯୋଗ୍ୟ ଲାଭାର୍ଥୀ କୋଭିଡ୍‌ ଟିକାର ଗୋଟିଏ ବି ଡୋଜ୍‌ ନେଇ ନାହାନ୍ତି। ରାଜ୍ୟମନ୍ତ୍ରୀ ଏହି ଲୋକମାନଙ୍କ ସଂଖ୍ୟା ଏବଂ ପ୍ରତିଶତ ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି।

ଚଳିତ ବର୍ଷ ୧୬ ମାର୍ଚ୍ଚରୁ ସରକାରୀ ସିଭିସିରେ ସ୍ୱାସ୍ଥ୍ୟ କର୍ମୀ, ଫ୍ରଣ୍ଟଲାଇନ ଓ୍ଵାର୍କର୍ସ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ସମସ୍ତ ଲାଭାର୍ଥୀଙ୍କ ପାଇଁ କୋଭିଡ୍‌ ଡୋଜ୍‌ ମାଗଣାରେ ଉପଲବ୍ଧ ଥିଲା। ଘରୋଇ ସିଭିସିରେ ୧୦ ଏପ୍ରିଲରୁ ୧୮ରୁ ୫୯ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ଟିକା ଉପଲବ୍ଧ ଥିଲା।

ସରକାରୀ ଟିକାକରଣ କେନ୍ଦ୍ରରେ ୧୮ ବର୍ଷ ଏବଂ ଏହାଠୁ ଅଧିକ ବୟସର ସମସ୍ତ ଲୋକଙ୍କୁ ସତର୍କତାମୂଳକ ଡୋଜ୍‌ ଦେବା ପାଇଁ ୭୫ ଦିବସୀୟ ବିଶେଷ ଅଭିଯାନ ୧୫ ଜୁଲାଇରୁ ଆରମ୍ଭ ହୋଇଥିଲା। ‘କୋଭିଡ୍‌ ଟିକାକରଣ ଅମୃତ ମହୋତ୍ସବ’ ଅଭିଯାନର ଉଦ୍ଦେଶ୍ୟ ଯୋଗ୍ୟ ଲୋକଙ୍କ ମଧ୍ୟରେ କୋଭିଡ୍‌ ଟିକାକୁ ନେଇ ପ୍ରୋତ୍ସାହନ ଦେବା।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧିକାରୀଙ୍କ ସୂଚନା ଅନୁସାରେ, ଭାରତର ୯୮ ପ୍ରତିଶତ ବୟସ୍କ ଲୋକଙ୍କୁ କୋଭିଡ୍‌ ଭ୍ୟାକ୍ସିନର ମାତ୍ର ଗୋଟିଏ ହିଁ ଡୋଜ୍‌ ମିଳିଛି, ଯେତେବେଳେ କି, ୯୦ ପ୍ରତିଶତଙ୍କୁ ସମ୍ପୂର୍ଣ୍ଣ ରୂପେ ଟିକା ଦିଆଯାଇ ସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.