ମୋତେ ମନ୍ଦିରରେ ବାହା ହେଲେ, ଗର୍ଭବତୀ ହେବା ପରେ ଛାଡିଦେଲେ, ପୋଲିସ ରଖୁନି ଅଭିଯୋଗ: ପୀଡ଼ିତା

ସୁବର୍ଣ୍ଣପର(କେନ୍ୟୁଜ୍): ପ୍ରଥମେ ଫେସବୁକରୁ ପ୍ରେମ ଆଉ ତାପରେ ମନ୍ଦିରରେ ବାହାଘର ହେଲା । ପରେ ସ୍ୱାମୀ ସ୍ତ୍ରୀ ହୋଇ ରହିଥିଲେ । ହେଲେ ସେ ଜାଣିନଥିଲେ ଯେ ଏମିତି ଅଳ୍ପଦିନରେ ହିଁ ସ୍ୱାମୀ ତାଙ୍କୁ ଛାଡିଦେବେ । ଏବେ ସେ ପୁରା ଏକା । ନାଁ ରଖୁଛନ୍ତି ସ୍ୱାମୀ ନାଁ ଶଶୁର ଘର ଲୋକ । ଏବେ ବାପଘର ଲୋକ ବି ପର କରିଦେଇଛନ୍ତି ଯୁବତୀ ଜଣଙ୍କୁ । ଏତେ ବଡ ଦୁନିଆରେ ସେ ଏକା କେମିତି ବଞ୍ଚିବେ। ସେପଟେ ପେଟରେ ବଢୁଥିବା ୨ ମାସର ଶିଶୁ ଜନ୍ମ ହେଲେ କାହା ପରିଚୟ ନେଇ ବଞ୍ଚିବ,ଏଭଳି ଅନେକ ଅସମାହିତ ପ୍ରଶ୍ନନେଇ ସେ ଥାନାର ଦ୍ୱାରସ୍ତ ହୋଇଛନ୍ତି । ହେଲେ ଗୋଟିଏ ଥାନାରୁ ଅନ୍ୟ ଥାନାକୁ ଧାଉଁଛନ୍ତି ସିନା କିନ୍ତୁ କେହି ଶୁଣୁନାହଁନ୍ତି ତାଙ୍କ କଥା । ଏଣୁ ଆଜି ନିଜ ଜୀବନକୁ ଶେଷ କରିଦେବାର ନିଷ୍ପତି ନେେଇ ହାତରେ କିରୋସିନ ବୋତଲ ଧରି ଥାନାକୁ ଆସିଥିଲେ ।

ଭାବିଥିଲେ ଆଜି ପୋଲିସ ତାଙ୍କ କଥା ନଶୁଣିଲେ ସେ ଥାନା ଆଗରେ ହିଁ ଆତ୍ମାହୂତି ଦେଇଦେବେ । ହେଲେ ଥାନାରେ ପହଂଚିଲା ପରେ ପୋଲିସ ତାଙ୍କ ହାତରୁ କିରୋସିନ ବୋତଲ ଛଡାଇନେଲା । ଏଣୁ ଏବେ ସେ କଣ କରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି । ଏଭଳି କିଛି ଅଭିଯୋଗ ଆଣିଛନ୍ତି ବୌଦ୍ଧ ଜିଲ୍ଲା ବଢିଗାଁର ଜଣେ ଯୁବତୀ।

subarnoyur

ପ୍ରାୟ ବର୍ଷକ ତଳେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୁମରକେଲି ଗାଁର ଜିତୁ ଖୁରାଙ୍କ ସହ ଯୁବତୀଙ୍କ ଫେସବୁକରେ ପ୍ରେମ ହୋଇଯାଇଥିଲା । ପରେ ଉଭୟେ ବୌଦ୍ଧ ଜିଲ୍ଲାର ଏକ ମନ୍ଦିରରେ ବାହା ହୋଇଥିଲେ । ତାପରେ ଭୁବନେଶ୍ୱରକୁ ଯାଇ ଏକାଠି ୪ ମାସ ସ୍ୱାମୀ ସ୍ତ୍ରୀ ଭାବେ ରହିଥିଲେ । ୪ ମାସ ପରେ ଜିତୁ ସେଇଠୁ ମାଙ୍କ ଦେହ ଖରାପ ଥିବା କହି ଘରକୁ ଚାଲିଆସିଥିଲେ । ପରେ ନିଜ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହୋଇ ଯୁବତୀଙ୍କୁ ତାଙ୍କ ଘରକୁ ନେଇଥିଲେ । ହେଲେ ସେଇଠି ମେଡିସିନ ଦେଇ ଯୁବତୀଙ୍କ ଗର୍ଭ ନଷ୍ଟ କରିଦେଲେ ଏବଂ ଠକିଦେଇ ରେଳ ଷ୍ଟେସନରେ ନେଇ ଛାଡିଦେଲେ । ପରେ ଏନେଇ ଯୁବତୀ ଜଣକ ବୀରମହାରାଜପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।  ଅଭିଯୋଗ ପାଇ ପୋଲିସ ଜିତୁକୁ ଡକାଇ ଉଭୟଙ୍କୁ ଏକାଠି ରହିବାକୁ ଉପଦେଶ ଦେଇଥିଲେ । କିନ୍ତୁ ଜିତୁ ପୁନର୍ବାର ଯୁବତୀକୁ  ନେଇ ୨ ମାସ ରଖିଲା ପରେ ଏବେ ପୁଣି ଯୁବତୀକୁ ଛାଡି ଦେଇଛନ୍ତି । ଏବେ ଯୁବତୀ ୨ ମାସର ଗର୍ଭବତି ଅଛନ୍ତି । ଏଣୁ ଏବେ ଜିତୁକୁ ପାଇବାକୁ ଯୁବତୀ  ପ୍ରଥମେ ବୀରମହାରାଜପୁର ଥାନା ଓ ପରେ ବୌଦ୍ଧ ଓ ଆଜି ସୋନପୁର ଥାନାର ଦ୍ୱାରସ୍ତ ହୋଇଥିଲେ । ହେଲେ ଯୁବତୀ ଗୋଟିଏ ଥାନାରୁ ଆଉ ଗୋଟିଏ ଥାନାକୁ ଧାଉଁଛନ୍ତି ସିନା କିନ୍ତୁ ପୋଲିସ କଥା ଶୁଣିବାକୁ ନାରାଜ । ଏଣୁ ଏବେ ନିରାଶ ହୋଇ ଯୁବତୀ ଜଣକ କେବଳ ଗୋଟିଏ କଥା କହୁଛନ୍ତି, ମୋତେ ଜିତୁ ଦରକାର । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.