ଭାରତରେ ତୃତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ, ୩ ଜଣ ଯାକ ଗୋଟିଏ ଦେଶରୁ ଫେରିଥିବା ସୂଚନା

ନୂଆଦିଲ୍ଲୀ: ଧୀରେ ଧୀରେ ଭାରତରେ ଚିନ୍ତା ବଢ଼ାଉଛି ମଙ୍କିପକ୍ସ। ଶୁକ୍ରବାର ଦିନ କେରଳରେ ମଙ୍କିପକ୍ସର ତୃତୀୟ ମାମଲା ଚିହ୍ନଟ ହୋଇଛି। ତେବେ ଏହି ସବୁ ମାମଲାରେ ଗୋଟିଏ କଥା ସମାନ। ତିନିଟି ଯାକ ମାମଲା କେରଳରେ ହିଁ ମିଳିଛି ଓ ସଂକ୍ରମିତ ତିନି ଜଣ ଯାକ ରୋଗୀ ଗଲ୍ଫ ଦେଶରୁ ହିଁ ଫେରିଛନ୍ତି।

୯ ଦିନ ଭିତରେ ଏହା ମଙ୍କିପକ୍ସର ତୃତୀୟ କେସ୍‌। କେରଳରେ ହିଁ ୩ଟି ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡ ବିନ୍ଧା ବଢ଼ିଛି। ଫଳରେ ରାଜ୍ୟ ସରକାର ଅଧିକ କଡ଼ା ହୋଇଛନ୍ତି। ଏବେ ଏହି ରୋଗୀଙ୍କ ଟ୍ରାଭେଲ ରିପୋର୍ଟକୁ ଯାଞ୍ଚ କରୁଛି ବିଭାଗ।

କେରଳରେ ମଙ୍କିପକ୍ସର ତୃତୀୟ ମାମଲା ଶୁକ୍ରବାର ଅର୍ଥାତ୍‌ ଆଜି ସାମ୍ନାକୁ ଆସିଛି। ଜୁଲାଇ ୬ ରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ୟୁଏଇରୁ ମଲ୍ଲପୁରମ୍‌ ଫେରିଥିଲେ। କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ, ୟୁଏଇରୁ ଫେରିଥିବା ବ୍ୟକ୍ତିଙ୍କୁ ପ୍ରଥମେ ଜ୍ୱର ହୋଇଥିଲା। ଜୁଲାଇ ୧୩ ରେ ତାଙ୍କୁ ମନ୍‌ଜେରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ରହିବାର ୨ ଦିନ ପରେ ଅର୍ଥାତ୍‌ ଜୁଲାଇ ୧୫ ରେ ତାଙ୍କ ଶରୀରରେ ମଙ୍କିପକ୍ସର ଲକ୍ଷଣ ନଜର ଆସିଥିଲା ଓ ଜୁଲାଇ ୨୨ ରେ ରୋଗ ଜଣାପଡ଼ିବା ପରେ ଏହି ହସ୍ପିଟାଲରେ ହିଁ ତାଙ୍କ ଚିକିତ୍ସା ଚାଲିଛି।

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣାଙ୍କ କହିବାନୁସାରେ, ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଓ ପରିବାର ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି। ସେମାନଙ୍କୁ ବି ଟେଷ୍ଟ କରିବାକୁ କୁହାଯାଇଛି।

Also Read: ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଅଜୟ ଦେବଗନ୍‌ ଓ ସୁରିୟାଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର, ଓଡ଼ିଶାର ସୂର୍ଯ୍ୟ ଦେଓଙ୍କୁ ମିଳିବ ଜାତୀୟ ପୁରସ୍କାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.