୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଅଜୟ ଦେବଗନ୍‌ ଓ ସୁରିୟାଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର, ଓଡ଼ିଶାର ସୂର୍ଯ୍ୟ ଦେଓଙ୍କୁ ମିଳିବ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ: ଘୋଷଣା ହେଲା ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୦। ଚଳିତ ବର୍ଷ ବେଷ୍ଟ ବୁକ ଅନ୍ ସିନେମା ଭାବେ ‘କାଲି ପାଇଁ କାଲିର ସିନେମା’ ବିବେଚିତ ହୋଇଛି। ଏଥିପାଇଁ ସୂର୍ଯ୍ୟ ଦେଓଙ୍କୁ ମିଳିବ ଜାତୀୟ ପୁରସ୍କାର। ସେହିପରି ହିନ୍ଦୀରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ତୁଳସୀଦାସ ଜୁନିୟର’ ଚୟନିତ ହୋଇଛି।

ସେହିପରି ଶ୍ରେଷ୍ଠ ଅଭିନେତା ଭାବେ ବିବେଚିତ ହୋଇଛନ୍ତି ଅଜୟ ଦେବଗନ୍‌ ଓ ସୁରିୟା। ଫିଲ୍ମ ତାନାଜୀ ପାଇଁ

ଅଜୟ ଦେବଗନ୍‌ ବିବେଚିତ ହୋଇଥିବା ବେଳେ ସୁରରାଇ ପୋଟରୁ ପାଇଁ ସୁରିୟାଙ୍କୁ ବିବେଚିତ କରାଯାଇଛି। ଅନ୍ୟପଟେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଅପର୍ଣ୍ଣା ବାଲମୂରଲିଙ୍କୁ ତାମିଲ ଡ୍ରାମା ସୁରରାଇ ପୋଟରୁ ପାଇଁ ଚୟନ କରାଯାଇଛି। ଶ୍ରେଷ୍ଠ ସଙ୍ଗୀତକାର ଭାବେ ଫିଲ୍ମ ସାନିଆର ସଙ୍ଗୀତକାର ମନୋଜ ମୁନ୍‌ତାସିରଙ୍କୁ ଚୟନ କରାଯାଇଛି।

SURYA DEO
ସୂର୍ଯ୍ୟ ଦେଓ

SURYA DEO-2

Also Read: ୪୦ କୋଟିର ଲଟେରୀ ଜିତିଲେ ଦୁବାଇରେ ଡ୍ରାଇଭିଂ କରୁଥିବା ଭାରତୀୟ ଯୁବକ, ରାତାରାତି ବଦଳିଗଲା ଭାଗ୍ୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.