Below header

ସବୁଠୁ ବେଶି ନ୍ୟାସନାଲ ଫିଲ୍ମ ଆୱାର୍ଡ କାହା ପାଖରେ ? କେଉଁ ଫିଲ୍ମ ଆକ୍ଟରଙ୍କ ପାଖରେ କେତେ ପୁରସ୍କାର

ଫିଲ୍ମ ଓ ଫିଲ୍ମ ଦୁନିଆର ଖବରକୁ ନେଇ ସମସ୍ତଙ୍କର ଜାଣିବା ପାଇଁ ଉତ୍କଣ୍ଠା ରହିଥାଏ । ବିଶେଷ କରି କଳାକରଙ୍କୁ ନେଇ ରହିଥାଏ ଖାସ ଇଣ୍ଟ୍ରେଷ୍ଟ । ଫିଲ୍ମ ରିଲିଜ ହୁଏ ଆଉ ତାପରେ ବକ୍ସ ଅଫିସରେ ହିଟ ହୁଏ ଆଉ ତାପରେ କଳାକରଙ୍କୁ ମିଳିଥାଏ ତାର ପୁରସ୍କାର । ଯେଉଁ ପୁରସ୍କାର ସେମାନଙ୍କୁ ପ୍ରେରଣା ଦିଏ । ଆଗକୁ ଯିବାକୁ ପଥ ପରିଷ୍କାର କରେ । କିନ୍ତୁ ଏହି ପୁରସ୍କାର ସତରେ କଣ କିଛି ମହତ୍ତ୍ୱ ରଖେ । ହଁ ଏହା ଦ୍ୱାରା ଜଣା ପଡିଯାଏ କଳାକର କେତେ ଅଭିଜ୍ଞ ଆଉ ତାଙ୍କର କଳା କେତେ ଉଚ୍ଚକୋଟୀର । ସେମିତି ଅନେକ କଳାକର ଆମେ ଏହି ଦୁଇ ବର୍ଷ ମଧ୍ୟରେ ହରାଇ ଦେଇଛେ କିନ୍ତୁ ଯେଉଁମାନେ ରହିଛନ୍ତି ସେମାନଙ୍କୁ ନେଇ ଆମର ଏ ରିପୋର୍ଟ ।

ସୂଚନା ପ୍ରସାରଣ ମନ୍ତ୍ରାଳୟ ଘୋଷଣା କରିଛି ୬୮ତମ ଜାତୀୟ ଫିଲ୍ମ ପୁରସ୍କାର ବିଜେତାଙ୍କ ନାମ । ପ୍ରତିବର୍ଷ ଦେଶର ବଛାବଛା ଫିଲ୍ମ ଓ ସେଥିରେ ଅଭିନୟ କରିଥିବା ବଛା ବଛା କଳାକାରଙ୍କୁ ପୁରସ୍କାର ଦିଆଯାଏ । ଦେଶରେ କିଛି ଏଭଳି କଳାକାର ଅଛନ୍ତି ଯେଉଁମାନଙ୍କର କଳା କ୍ଷେତ୍ରରେ ବିଶେଷ ଭାବରେ ଯୋଗଦାନ ରହିଛି । ଅନେକ ଥର ସେମାନଙ୍କୁ ଜାତୀୟ ଫିଲ୍ମ ପୁରସ୍କାର ମଧ୍ୟ ମିଳିଛି । ଜାଣିବା ଏଭଳି କେଉଁ କଳାକାର ରହିଛନ୍ତି ଯେଉଁମାନଙ୍କ ପାଖରେ ରହିଛି ସବୁଠୁ ବେଶି ଜାତୀୟ ଚଳଚିତ୍ର ପୁରସ୍କାର ଟ୍ରଫି।

ବର୍ତ୍ତମାନ ସମୟରେ ସବୁଠୁ ବେଶି ନ୍ୟାସନାଲ ଆୱାର୍ଡ ପାଇବାର ରେକର୍ଡ ଦିଗ୍ଗଜ ଅଭିନେତ୍ରୀ ଶବାନା ଆଜମିଙ୍କ ନାମରେ ରହିଛି । ଶବାନାଙ୍କୁ ଏପର୍ଯ୍ୟନ୍ତ ୫ଟି ନ୍ୟାସନାଲ ଫିଲ୍ମ ଆୱାର୍ଡ ମିଳିଛି । ଫିଲ୍ମ ଅଙ୍କୁର, ଅର୍ଥ, ଖଣ୍ଡହର ପାର ଓ ଗ୍ରାଣ୍ଡମଦର ପାଇଁ ତାଙ୍କ ଦିଆଯାଇଛି ଏସବୁ ପୁରସ୍କାର।

ଶବାନା ଆଜମିଙ୍କ ପରେ ରହିଛନ୍ତି ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ । ସବୁଠୁ ଅଧିକ ନ୍ୟାସନାଲ ଆୱାର୍ଡ ପାଇଥିବା ଅଭିନେତା ଭାବେ ଦ୍ୱିତୀୟ ସ୍ଥାନ ନେଇଛନ୍ତି ଅମିତାଭ । ତାଙ୍କୁ ମିଳିଛି ୪ଟି ନ୍ୟାସନାଲ ଆୱାର୍ଡ । ଏହି ଲୋକପ୍ରିୟ କଳାକାରଙ୍କୁ ଏସବୁ ପୁରସ୍କାର ମିଳିଛି ଫିଲ୍ମ ଅଗ୍ନିପଥ, ବ୍ଲାକ, ପା ଓ ପିକୁ ପାଇଁ ।

ନିଜର ନିଖୁଣ ଅଭିନୟ ଓ ଡାଇଲଗ ପାଇଁ ଚର୍ଚ୍ଚାରେ ରହୁଥିବା କଙ୍ଗନା ରଣାୱତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । କଙ୍ଗନାଙ୍କୁ ବି ଏଯାଏଁ ୪ଟି ନ୍ୟାସନାଲ ଫିଲ୍ମ ଆୱାର୍ଡ ମିଳିଛି । କଙ୍ଗନାଙ୍କୁ ଏହି ଆୱାର୍ଡ ଫିଲ୍ମ ଫ୍ୟାଶନ, କ୍ୱିନ, ତନୁ ୱେଡ୍ସ ମନୁ ଓ ମଣିକର୍ଣ୍ଣିକା ପାଇଁ ଦିଆଯାଇଛି ।

ପରେ ପରେ ୩ଥର ନ୍ୟାସନାଲ ଫିଲ୍ମ ଆୱାର୍ଡ ପାଇଥିବା ଅଭିନେତାଙ୍କ ଲିଷ୍ଟରେ ବହୁ କଳାକାର ରହିଛନ୍ତି । ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଆକ୍ଟର କମଲ ହାସନ, ପଙ୍କଜ କପୁର, ନାନା ପାଟେକର, ମିଥୁନ ଚକ୍ରବର୍ତ୍ତୀ, ଓ ନସିରୁଦ୍ଦିନ ଶାହ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.