Below header

ଖୁବଶୀଘ୍ର ଭାରତରେ ଲଞ୍ଚ ହେବ OnePlus 8T 5G, ଆମାଜନରେ ଜାରି ହେଲା ଅଫିସିଆଲ ଟିଜର

ଭାରତରେ ଖୁବଶୀଘ୍ର ଲଞ୍ଚ ହୋଇପାରେ OnePlus 8T 5G । ଏହାର ଲଂଚି ନେଇ Amazon ଇଣ୍ଡିଆରେ ଟିଜର ଜାରି କରାଯାଇଛି। ଇ-କମର୍ସ ପ୍ଲାଟଫର୍ମ ପକ୍ଷରୁ ନିଜ େଓ୍ଵବସାଇଟ୍‌ରେ ‘Notify Me’ ପେଜରେ ଜାରି କରିଛି। ଯେଉଁଠି ଫୋନ ଲଞ୍ଚ ବିଷୟରେ କୁହାଯାଇଛି। ଗତ ଶୁକ୍ରବାର ଦିନ ଏହି ସ୍ମାର୍ଟଫୋନକୁ ନେଇ ଏହି ଖବର ସାମ୍ନାକୁ ଆସିଥିଲା କି ଫୋନ ୧୪ ଅକ୍ଟୋବରରେ ଲଞ୍ଚ କରାଯିବ। କିନ୍ତୁ କମ୍ପାନୀ ପକ୍ଷରୁ ଏହାର କିଛି ସ୍ପଷ୍ଟୋକ୍ତି କରାଯାଇ ନାହିଁ।

8t

ସ୍ପେସିଫିକେସନ :

OnePlus 8T ର ସ୍ପେସିଫିକେସନ ବିଷୟରେ ଅଧିକ କିଛି କୁହାଯାଇନାହିଁ। କିନ୍ତୁ ରିପୋର୍ଟ ମୁତାବକ, ଏହି ଫୋନରେ ୧୨୦Hz ଡିସପ୍ଲେ, 65W ଫାଷ୍ଟ ଚାର୍ଜିଂ ସପୋର୍ଟ ଏବଂ ସ୍ନାନଡ୍ରାଗନ ୮୬୫ ପ୍ରୋସେସର ମଧ୍ୟ ରହିବ। କିନ୍ତୁ କମ୍ପାନୀ ଏଥର8T pro ମଡେଲ ଲଞ୍ଚ କରିବ ନାହିଁ। କେବଳ ଓ୍ଵାନପ୍ଲସ ୮ର ଅପଗ୍ରେଡ ଭାବେ8T ଲଞ୍ଚ କରାଯିବ। ଆଉ ଏଥିରେ ବଡ ପରିବର୍ତ୍ତନ ହିଁ ଦେଖିବାକୁ ମିଳିବ। ଏଥିରେFHD+ ଫ୍ଲୁଏଡAMOLED ଡିସପ୍ଲେ ଏବଂ ୪୮ ଏମପି ପ୍ରାଇମେରୀ ସେନସର ସହିତ କ୍ୱାଡ କ୍ୟାମେରା ସେଟଅପ୍‌ ମଧ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.