ପ୍ରତ୍ୟେକ୍ଷଦର୍ଶୀଙ୍କ ଖୁଲାସା, ପାର୍ଟୀରେ ହାଇ ମ୍ୟୁଜିକ ଲଗାଇ ୪ ଜଣ କରିଥିଲେ ଦିଶାଙ୍କୁ ଗ୍ୟାଙ୍ଗରେପ୍‌

କଣ ଆପଣଙ୍କ ମନରେ ବି ଏମିତି ପ୍ରଶ୍ନ ଉଙ୍କି ମାରୁଛି ଯେ ସୁଶାନ୍ତ ସିଂହ ରାଜପୁତଙ୍କ ଅଚାନକ ମୃତ୍ୟୁ ଏବଂ ଜୁନ ୮ରେ ଏକ୍ସ-ମ୍ୟାନେଜର ଦିଶା ସାଲିୟନଙ୍କ ମୃତ୍ୟୁ ସହ କିଛି ସମ୍ପର୍କ ନାହିଁ ତ? କଣ ଦିଶା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି। ନା ଏହା ଏହା ବହୁତ ବଡ ଷଡଯନ୍ତ୍ର। ଏହାକୁ ନେଇ ଏବେ କଡାକଡି ଭାବେ ଯାଞ୍ଚ ଚାଲୁଛି ତେବେ ଏହାରି ଭିତରେ ଏକ ବହୁତ ବଡ କଥା ସାମ୍ନାକୁ ଆସିଛି।

ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁଯାୟୀ ଦିଶା ନିଜ ମୃତ୍ୟୁର ଠିକ ପୂର୍ବରୁ ଏକ ପାର୍ଟିରେ ଥିଲେ ଏବଂ ସେଠାରେ ତାଙ୍କ ସହିତ ଗଣଦୁଷ୍କର୍ମ ହୋଇଛି।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ ଦିଶା ପାର୍ଟୀରେ ଥିବା ୪ ଜଣ ଲୋକଙ୍କ ଠାରୁ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ। ଏହି ସମୟରେ ଏତେ ଜୋରରେ ମ୍ୟୁଜିକ ବାଜୁଥିଲା ଯେ ତାଙ୍କର କୋହଭରା ଚିତ୍କାର କାହା ପାଖରେ ପହଁଚିପାରିନଥିଲା। ବ୍ୟକ୍ତି ଜଣାଇଛନ୍ତି ଯେ ପାର୍ଟୀରେ ମୋଟ ୬ ଜଣ ଲୋକ ଥିଲେ।

DISAସୂଚନା ଅନୁଯାୟୀ ଦିଶା ସୁଶାନ୍ତଙ୍କୁ ପାର୍ଟୀରେ ହୋଇଥିବା ସବୁ କଥା ଜଣାଇଥିଲେ। ଦିଶାଙ୍କର ଜଣେ ବନ୍ଧୁ ରୋହନ ରାୟ ମଧ୍ୟ ପାର୍ଟୀରେ ଥିଲେ। ଦିଶାଙ୍କ ମୃତ୍ୟୁ ପରେ ରୋହନ ରାୟ ନିଜ ମୁହଁ ବନ୍ଦ କରି ରହିଛନ୍ତି। ସବୁକିଛି ଜାଣି ବି ରୋହନ ନିଜର ମୁହଁ ଚୁପ କରି ରହିଛନ୍ତି।
ନିକଟରେ ଭାଜପା ବିଧାୟକ ନିତିଶ ରାଣେ ଏହି ପ୍ରଶ୍ନ ଉଠାଇଥିଲେ ଯେ, ସେ ମଧ୍ୟ ଦାବି କରୁଛନ୍ତି ଯେ ରୋହନକୁ ସିବିଆଇ ଦ୍ୱାରା ପଚରାଉଚୁରା କରାଯାଉ। ନିତିଶଙ୍କୁ ଲାଗୁଛି ଯେ ସୁଶାନ୍ତଙ୍କ ମୃତ୍ୟୁ ଦିଶାଙ୍କ ମୃତ୍ୟୁ ସହ ଜଡିତ ଅଛି।

ଦିଶାଙ୍କର ଘନିଷ୍ଠ ବନ୍ଧୁ ଆକ୍ଟ୍ରେସ ରଶ୍ମି ଦେଶାଇ ମଧ୍ୟ ନିକଟରେ ଏକ ଗଣମାଧ୍ୟମକୁ ଜଣାଇଛନ୍ତି ଯେ ଦିଶାଙ୍କର ଆତ୍ମହତ୍ୟା ଖବର ଶୁଣି ସେ ସ୍ତବ୍ଧ ହୋଇଯାଇଥିଲେ। ମୃତ୍ୟୁର ଗୋଟେ ଦିନ ପୂର୍ବରୁ ସେ ଦିଶାଙ୍କ ସହିତ କଥା ହୋଇଥିଲେ।

 

You might also like