Below header

ପାଠ ପଢିବା ପାଇଁ ସାହାଯ୍ୟ କଲେ ଡ.ଅଚ୍ୟୁତ ସାମନ୍ତ, ଗୀତ ଗାଇବାକୁ ଷ୍ଟୁଡିଓକୁ ଆଣିଲେ ବର୍ଷା ଓ ପ୍ରେମାନନ୍ଦ

କେନ୍ୟୁଜ୍(ବ୍ୟୁରୋ): କୋରାପୁଟର ଆଦିବାସୀ ଝିଅ ନମିତା  ମେଲେକାଙ୍କ ଗୀତକୁ ନେଇ ଏବେ ଗାଁରୁ ସହର ସବୁଠି ଚର୍ଚ୍ଚା । ନିଜ କୁଇ ଭାଷା ସହ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଗୀତ ଗାଇ ସୋସିଆଲ ମିଡ଼ିଆରେ ସେ ଚର୍ଚ୍ଚାରେ ରହିଛନ୍ତି ।

ନମିତାଙ୍କ ଯାଦୁକରୀ କଣ୍ଠ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଶେଷ ପ୍ରଭାବିତ କରିଥିଲା ଏବଂ ସେ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି ଘୋଷଣା କରିଥିଲେ । ବର୍ଷା ନିଜର କଥା ରଖିଛନ୍ତି ।

ଆଉ ନମିତାଙ୍କ  ସ୍ବପ୍ନ ପୂରଣ ହୋଇଛି। ଆଜି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ  ଆନନ୍ଦଙ୍କ ନିର୍ଦ୍ଦେଶନାରେ କଟକର ଏକ ରେକର୍ଡିଂ ଷ୍ଟୁଡିଓରେ ନମିତା  ନିଜର ପ୍ରଥମ ଗୀତ ରେକର୍ଡ  ରେକର୍ଡିଂ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.