Below header

ଗୁଗୁଲ ପ୍ଲେ- ଷ୍ଟୋରରୁ ଡିଲିଟ ହେଲା Remove China Apps, ଜାଣି ରଖନ୍ତୁ କଣ ରହିଛି କାରଣ

ଭାରତରେ ଚୀନ ପ୍ରସ୍ତୁତ ପଦାର୍ଥ ଗୁଡିକୁ ବିରୋଧ କରିବା ପାଇଁ “ରିମୁଭ ଚାଇନା ଆପ” ନାମକ ଏକ ଆପ ଲଞ୍ଚ କରା ଯାଇଥିଲା । କିନ୍ତୁ ଏବେ ଏହି ଲୋକପ୍ରିୟ ଆପକୁ ଗୁଗୁଲ ପ୍ଲେ- ଷ୍ଟୋରରୁ ହଟାଇ ଦିଆଯାଇଛି । ଲଞ୍ଚ ହେବାର ମାତ୍ର କିଛି ଦିନ ଭିତରେ ହିଁ ଏହି ଆପର ଲୋକପ୍ରିୟତା ଅନେକ ଗୁଣାରେ ବଢି ଯାଇଥିଲା । ମାତ୍ର କିଛି ଦିନ ଭିତରେ ହିଁ ଏହାକୁ ୫୦ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ଼ କରିଛନ୍ତି | ଏହା ସହ ଏହି ଆପକୁ ପ୍ଲେ-ଷ୍ଟୋରରେ ୪.୯ ରେଟିଙ୍ଗ ବି ମିଳିସାରିଛି । କହିରଖିବା ଉଚିତ ହେବକି, ଜୟପୁର ସ୍ଥିତ ଏକ କମ୍ପାନୀ One Touch ହିଁ ଏହି ଆପ ଟିକୁ ନିର୍ମାଣ କରି ଲଞ୍ଚ କରିଥିଲେ । ଗୁଗଲ ପ୍ଲେ-ଷ୍ଟୋର ରୁ ଏହି ଆପ ଟିକୁ ହଟାଯିବା ନେଇ ସୂଚନା କମ୍ପାନୀ ତରଫରୁ ଟ୍ୱିଟର ଜରିଆରେ ହିଁ ଦିଆଯାଇଥିଲା ।

china new

କିନ୍ତୁ କାହିଁକି ଏହାକୁ ହଟାଯାଇଛି ସେନେଇ କମ୍ପାନୀ ତରଫରୁ କୌଣସି ସୂଚନା ଦିଆଯାଇନାହିଁ । ଅନ୍ୟ ପକ୍ଷରେ “ଟେକ କ୍ରଞ୍ଚ” ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛିକି, ନିୟମ ଉଲ୍ଲଙ୍ଘନ କରିବା କାରଣରୁ ହିଁ ଏହାକୁ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି । ପୂର୍ବରୁ ଜାରି ହୋଇଥିବା ପଲିସୀ ଅନୁଯାୟୀ, ୟୁଜର ମାନେ ଡିଭାଇସ ସେଟିଙ୍ଗ ବା ଆପ ଫିଚରରେ କୌଣସି ପ୍ରକାର ପରିବର୍ତ୍ତନ କରିପାରିବେ ନାହିଁ । ଏହା ସହ ଏହି ଆପ୍ସ ରିମୁଭ କରାଯାଇପାରିବ ନାହିଁ ।

କହିରଖିବା ଉଚିତ ହେବକି, ଚୀନ ଆପ ଟିକ ଟକକୁ କଡ଼ା ଟକ୍କର ଦେବା ପାଇଁ ଓ ଭାରତୀୟ ବଜାରରୁ ତାହାକୁ ସମ୍ପୂର୍ଣ୍ଣ ହଟାଇ ଦେବା ପାଇଁ କରାଯାଇଥିବା Mitron Appକୁ କିଛି ଦିନ ତଳେ ପ୍ଲେ-ଷ୍ଟୋରରୁ ହଟାଇ ଦିଆଯାଇଥିଲା । mitron app ସ୍ପମିଙ୍ଗ ଓ କଣ୍ଟେଟ ନୀତି ଗୁଡିକର ଉଲ୍ଲଙ୍ଘନ କରିବା ନେଇ ଅଭିଯୋଗ ଆସିଥିଲା । ଯେଉଁ କାରଣରୁ ହିଁ ଏହାକୁ ଗୁଗୁଲ ପ୍ଲେ- ଷ୍ଟୋରରୁ ହଟାଇ ଦିଆଯାଇଛି । ଭାରତରେ ଟିକ ଟକ ଆପକୁ ନେଇ ବିରୋଧ ଉଠିବା ପରେ ଦେଶରେ mitron ଆପ ଲଞ୍ଚ କରା ଯାଇଥିଲା । ଲଞ୍ଚ ହେବାର କିଛି ସମୟ ଭିତରେ ହିଁ ୫୦ ଲକ୍ଷରୁ ଅଧିକ ଲୋକ ଡାଉନ ଲୋଡ଼ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.