Below header

ଅଗଷ୍ଟରୁ ବଦଳିଯିବ Face Book ଓ Instagram, କଣ ହେବ ପରିବର୍ତ୍ତନ ଜାଣନ୍ତୁ

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଭିତରେ ସବୁଠୁ ଅଧିକ ଲୋକପ୍ରିୟତା ଫେସବୁକ ଓ ଟ୍ୱିଟରର ରହିଛି । ଦେଶ ଦୁନିଆ ସହିତ ଜଡିତ ଖବର ବାବଦରେ ଜାଣିବା ପାଇଁ ଲୋକେ ସାଧାରଣତଃ ଏହି ଦୁଇଟିର ବ୍ୟବହାର କରିଥାନ୍ତି । ଲୋକେ ବି ଏହା ଜରିଆରେ ନିଜ ନିଜ ମତ ଦୁନିଆ ସାମ୍ନାରେ ଉପସ୍ଥାପନ କରିପାରନ୍ତି । କିନ୍ତୁ ଆସନ୍ତା ମାସ ଠାରୁ ଏହି ଦୁଇ ପ୍ଲାଟ୍ଫର୍ମ ସହିତ ଜଡିତ ନିୟମ ମାନଙ୍କରେ କିଛିଟା ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ୟୁଜର୍ସ ମାନଙ୍କ ଉପରେ ପଡିବ । ଅଗଷ୍ଟ ମାସରୁ ଟ୍ୱିଟରର ଆଉ ଏକ ଖାସ ଫିଚର “ଫ୍ଲିଟ” ବି ବନ୍ଦ ହେବାକୁ ଯାଉଛି । ଯାହା ଫଳରେ ଆସନ୍ତା ମାସ ଠାରୁ ୟୁଜର୍ସ ମାନେ ଏହି ଫିଚରର ମଜା ନେଇପାରିବେ ନାହିଁ । କହିରଖିବା ଉଚିତ ହେବକି Fleet ଫିଚର ୨୪ ଘଣ୍ଟା ଭିତରେ ଅଟୋମେଟିକ ତରିକରେ ଫଟୋ, ଟେକ୍ସଟ ଆଦିକୁ ଗାୟବ କରିଦେଇଥାଏ ।

ଅଧିକାଂଶ ଲୋକ ଏହି ଫିଚରର ପ୍ରୟୋଗ ଟ୍ୱିଟକୁ ଅଧିକରୁ ଅଧିକ ୟୁଜର୍ସଙ୍କ ନିକଟରେ ପହଞ୍ଚାଇବାକୁ ଓ ପ୍ରମୋସନ କରିବାକୁ କରିଥାନ୍ତି । କମ୍ପାନୀ ଏହି ଫିଚରକୁ ଆସନ୍ତା ୩ ତାରିଖରୁ ହିଁ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷରେ ଆସନ୍ତା ମାସ ଠାରୁ ଫେସବୁକ ନିଜ ପେମେଣ୍ଟ ସିଷ୍ଟମକୁ ଏକ୍ସପେଣ୍ଡ କରିବା ନେଇ ପ୍ରସ୍ତୁତି ଜାରି ରଖିଛି | କମ୍ପାନୀ ନିଜର ପେମେଣ୍ଟ ଫିଚର ଲଞ୍ଚ କରିଛି । ରିପୋର୍ଟ ଅନୁଯାୟୀ ଏହା ଫେସବୁକ ୱେବସାଇଟ କିମ୍ବା ମେସେଞ୍ଜରରେ ଦେଖାଯିବ । ଏହା ବ୍ୟତୀତ ସବସିଡ଼ରି କମ୍ପାନୀ whatsapp ଓ instagramରେ ବି ଫେସବୁକ ପେମେଣ୍ଟ ଫିଚରକୁ ଆଡ କରାଯିବ । ୟୁଜର୍ସଙ୍କ ପାଇଁ ଏହା ଉପଯୋଗୀ ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏହା ସହ ଫେସବୁକ ନିଜ ପେମେଣ୍ଟ ଫିଚର ସିକ୍ୟୁରିଟିର ଖାସ ଧ୍ୟାନ ରଖିବ ବୋଲି ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.