Below header

ଏ ସବୁ ହେଉଛି ଫୋନ୍‌ରେ ଲୁଚିକି ରହିଥିବା ଫିଚର୍ସ; ଏହି ଟ୍ରିକ୍‌ରେ ଫଟାଫଟ୍‌ ଉଠାନ୍ତୁ ଫାଇଦା

ଆଜିକା ସମୟରେ ଏମିତି କେହି ବି ଲୋକ ନ ଥିବେ, ଯାହାଙ୍କ ହାତରେ ସ୍ମାର୍ଟଫୋନ ନ ଥିବ। ବିଭିନ୍ନ ବ୍ରାଣ୍ଡର ସ୍ମାର୍ଟଫୋନ୍ ଅଲଗା ଅଲଗା ଫିଚରରେ ଆସିଥାଏ। କିନ୍ତୁ ଏମିତି ବି କିଛି ଫିଚର ଥାଏ, ଯାହା ପ୍ରତ୍ୟେକ ବ୍ରାଣ୍ଡର ସ୍ମାର୍ଟଫୋନରେ ଲୁଚିକି ରହିଥାଏ। ଆଜି ଆମେ ଆପଣଙ୍କୁ ଏପରି କିଛି ଫିଚର ବିଷୟରେ କହିବୁ, ଯାହା ଆପଣଙ୍କ ଆଣ୍ଡ୍ରଏଡ୍ ଏବଂ ଆଇଫୋନ, ଉଭୟରେ ରହିଛି। ଆସନ୍ତୁ ଜାଣିବା ଏହା ବିଷୟରେ।

-ସମସ୍ତ ସ୍ମାର୍ଟଫୋନରେ ‘ଏୟାରପ୍ଲେନ ମୋଡ୍‌’ ରହିଥାଏ। ଏହା ସେତେବେଳେ ବ୍ୟବହୃତ ହୁଏ, ଯେତେବେଳେ ଆପଣ ବିମାନ ଯାତ୍ରା କରୁ ଥାଆନ୍ତି। କିନ୍ତୁ ଯଦି ଆପଣ ଫୋନ୍ ଚାର୍ଜ କରିବା ସମୟରେ ଏହି ମୋଡ୍‌କୁ ଅନ କରି ଦେବେ, ତେବେ ଆପଣଙ୍କ ଫୋନ୍ ଶୀଘ୍ର ଚାର୍ଜ ହୋଇଯିବ।

-ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଏକ ସ୍ୱତନ୍ତ୍ର ଭଏସ୍ ଆସିଷ୍ଟାଣ୍ଟ ଫିଚର ରହିଛି, ଯାହାକୁ ବ୍ୟବହାର କରି ଆପଣ ଗୋଟିଏ ଆବାଜରେ ଫୋନର ଅନେକ ଫିଚର ୟୁଜ୍‌ କରି ପାରିବେ। ସିରି, ଗୁଗଲ୍ ନାଓ ଓ କୋର୍ଟନା ପରି ଆପ୍ ଡାଉନଲୋଡ୍ କରନ୍ତୁ ଏବଂ ପୁଣି ଏହାକୁ ଓପନ କରି କେବଳ ‘ଟର୍ନ ଅନ୍ ୱାଇଫାଇ’ କିମ୍ବା ‘ଟର୍ନ ଅଫ୍ ୱାଇଫାଇ’ର ଭଏସ୍ କମାଣ୍ଡ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ୱାଇଫାଇ ଅପରେଟ୍‌ ହୋଇଯିବ।

-ଯଦି ଆପଣଙ୍କ ସ୍ମାର୍ଟଫୋନର ଷ୍ଟାଣ୍ଡାର୍ଡ କିବୋର୍ଡ ଆପଣଙ୍କୁ ପସନ୍ଦ ଆସୁନାହିଁ, ତ ଆପଣ ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋରରୁ କିବୋର୍ଡର ଏକ ଥାର୍ଡପାର୍ଟି ଆପ୍‌କୁ ଡାଉନଲୋଡ୍ କରି ପାରିବେ।

-ପ୍ରତ୍ୟେକ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଏକ ଖାସ୍‌ ‘ସେଫ୍ ମୋଡ୍’ ରହିଥାଏ, ଯାହା ମାଧ୍ୟମରେ ଫୋନର ସମସ୍ତ ଥାର୍ଡପାର୍ଟି ଆପ୍‌କୁ ଡିସେବଲ୍‌ କରାଯାଇ ପାରିବ। ଷ୍ଟକ୍ ଆଣ୍ଡ୍ରଏଡରେ ଟ୍ରବୁଲଶୁଟିଂ ପାଇଁ ବ୍ୟବହୃତ ଏହି ଫିଚରକୁ ଅନ୍ କରିବାକୁ ପାୱାର୍ ଅଫ୍ ସହିତ ପାୱାର୍ ଅଫ୍ ମେନୁ ବଟନକୁ ଲମ୍ବା ସମୟ ପର୍ଯ୍ୟନ୍ତ ଦବାଇ ରଖନ୍ତୁ।

-ଆପଣ କିଛି ଜରୁରୀ ଯୋଗାଯୋଗକୁ ନିଜ ସ୍ମାର୍ଟଫୋନର ଲକ୍ ସ୍କ୍ରିନରେ ଏମରଜେନ୍ସି କନ୍‌ଟାକ୍ଟସ୍‌ ରୂପରେ ସେଭ୍‌ କରି ପାରିବେ। ଏମିତିରେ କୌଣସି ଅସୁବିଧା ସମୟରେ କେହି ବି ଏହି ଏମରଜେନ୍ସି କନ୍‌ଟାକ୍ଟସ୍‌କୁ କଲ୍‌ କରି ପାରିବେ। ଏଥିପାଇଁ ଫୋନ୍‌କୁ ଅନଲକ୍ କରିବାକୁ ପଡ଼ିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.