ମସଜିଦରେ ଚାଲିଥିଲା ନମାଜ, ହଠାତ ଫୁଟିଲା ବୋମା, ୩୦ ମୃତ

ପାକିସ୍ତାନରେ ଆଜି ଅପରାହ୍ନ ସମୟରେ ଏକ ବଡ ଧରଣର ବୋମା ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଘଟଣାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଜଣ ଆହତ ହୋଇଥିବା ନେଇ ଜଣାଯାଇଛି । ପାକିସ୍ତାନର ପେଶୱାର ନିକଟରେ ଥିବା ଏକ ମସଜିଦରେ ପ୍ରାର୍ଥନା ଚାଲିଥିବା ବେଳେ ଏହି ବିସ୍ଫୋରଣ ହୋଇଥିବା ଜଣାଯାଇଛି ।  କିନ୍ତୁ ଏହା ପଛରେ କାହାର ହାତ ରହିଛି ଏଯାବତ ସ୍ପଷ୍ଟ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.