Below header

TVS ଲଞ୍ଚ କରିବାକୁ ଯାଉଛି Jupiter Grande 5G, ଜାଣନ୍ତୁ ଏଥିରେ କଣ ରହିଛି ଖାସ୍

ନୂଆଦିଲ୍ଲୀ : ଭାରତର ଦୁଇଚକିଆ ବାହାନ ନିର୍ମାତା କମ୍ପାନି ଟିଭିଏସ୍ ବଜାରରେ Jupiter ସ୍କୁଟରର ନୂଆ ମଡ଼େଲ ଲଞ୍ଚ କରିବାକୁ ଯାଉଛି। ସୂଚନା ଅନୁଯାୟୀ ଏହି ନୂଆ ସ୍କୁଟରର ନାମ Jupiter Grande 5G ରହିଥିବା ବେଳେ ଏଥିରେ କିଛିଟା ନୂଆ  ଫିଚର ସାମିଲ କରାଯାଇଛି। ତେବେ ଏହାର ଅଫିସିଆଲ ଲଞ୍ଚ ପରେ ହିଁ କିଛି ଡ଼ିଲରସିପରେ ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା କଣ ରହିଛି ଏହାର ଫିଚର।

jupiter

ନୂଆ ଜୁପିଟରର ଲୁକ୍ ଦେଖିବାକୁ ବିଲକୁଲ ପୁରୁଣା ସ୍କୁଟର ଭଳି ରହିଛି। କିନ୍ତୁ ଏଥିରେ ଦୁଇଟି ଏଲଇଡ଼ି ହେଡ଼ଲାଇଟ ଦିଆଯାଇଛି। ଏଥିସହ ସ୍କୁଟରରେ ଫ୍ଲୁଲ୍ ଗେଜ୍ ପାଇଁ ଡ଼ିଜିଟାଲ ଡ଼ିସପ୍ଲେ ସହ ସେମି ଡ଼ିଜିଟାଲ ଇଷ୍ଟ୍ରୁମେଣ୍ଟ କଂସୋଲ ଦିଆଯାଇଛି। ଖାଲି ତାହା ନୁହଁ ଏଥିରେ ଟ୍ରିପ୍ ମିଟର  ଏବଂ କ୍ଳକ୍ ମଧ୍ୟ ରହିଛି। ତେବେ କମ୍ପାନି ଏହାକୁ ନୂଆ କଲର ଅପସନରେ ଲଞ୍ଚ କରପାରେ।

Jupiter Grande 5G ୧୦୯ ସିସି ବିଶିଷ୍ଟ ହେବା ସହ ୯ଏଚପି ପାୱାର ଏବଂ ୮ଏନଏମ୍ ଟ୍ରାକର ଷ୍ଟାଣ୍ଡାଡ଼ ଇଞ୍ଜିନ ରହିବ। ଏହାର ମାଇଲେଜ୍ ୬୨କିଲୋମିଟର ପ୍ରତି ଲିଟର ରହିବା ସହ ଏହାର ମୂଲ୍ଯ ୫୭ହଜାର ଟଙ୍କା ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.