ସପ୍ତାହର ସାତଦିନ କରନ୍ତୁ ଏହି ଭିନ୍ନ ଭିନ୍ନ ଉପାୟ,ଦୂର ହେବ ସମସ୍ତ ସମସ୍ୟା

ଯେଉଁମାନଙ୍କ କୁଣ୍ଡଳୀରେ ଗ୍ରହ ଦୋଷ ଥାଏ ସେମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଗ୍ରହ ଦୋଷକୁ ଦୂର କରିବା ପାଇଁ ଶିବପୁରାଣରେ ଅନେକ ଉପାୟ କୁହାଯାଇଛି । ଏହି ଗ୍ରନ୍ଥ ଅନୁସାରେ ସପ୍ତାହର ସାତ ଦିନର ଗ୍ରହ ସ୍ବାମୀ ଅଲଗା ଅଲଗା ଥାନ୍ତି । ଆଉ ସେମାନଙ୍କୁ ପ୍ରସନ୍ନ କରିବାର ଉପାୟ ମଧ୍ୟ ଭିନ୍ନ ଭିନ୍ନ । ଏବେ ନଜର ପକାନ୍ତୁ କେଉଁ ଦିନ କେଉଁ ଉପାୟ କରିବେ ।

ରବିବାର :
ଉତ୍ତମ ସ୍ବାସ୍ଥ୍ୟ ପ୍ରଦାନ କରିଥାନ୍ତି ରବିବାରର ଅଧିପତି ଦେବତା । ତେଣୁ ସୂର୍ଯ୍ଯ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ ସୂର୍ଯ୍ଯଙ୍କୁ ଜଳ ଅର୍ପଣ କରନ୍ତୁ । ଏହି ଉପାୟ ରବିବାର ଆରମ୍ଭ କରନ୍ତୁ । କୌଣସି ଗରିବକୁ ଗୁଡ ଦାନ କରନ୍ତୁ ।

ସୋମବାର :

ସୋମବାର ହେଉଛି ଚନ୍ଦ୍ରଙ୍କ ଦିନ ଆଉ ଚନ୍ଦ୍ରଦେବ ସମ୍ପତ୍ତିର ଦାତା । ଏହି ଦିନ କୌଣସି ଗରିବକୁ ତାଙ୍କ ପତ୍ନୀଙ୍କ ସହ ଭୋଜନ ଦିଅନ୍ତୁ । ଭୋଜନରେ ଶୁଦ୍ଧ ଘିଅରେ ପ୍ରସ୍ତୁତ ଖାଦ୍ୟ ନିଶ୍ଚିତ ରଖନ୍ତୁ । ଭଗବାନ ଶିବଙ୍କୁ କ୍ଷୀର ଭୋଗ ଲଗାନ୍ତୁ ।

ମଙ୍ଗଳବାର :

ଏହି ବାରର ଅଧିପତି ହେଉଛନ୍ତି ମଙ୍ଗଳ ଗ୍ରହ ଆଉ ବେମାରଠାରୁ ଦୂରରେ ରଖନ୍ତି ମଙ୍ଗଳ । ତେଣୁ ତାଙ୍କୁ ପ୍ରସନ୍ନ କରିବା ପାଇଁ ମଙ୍ଗଳବାର ଦିନ ମହାକାଳୀଙ୍କୁ ପୂଜା କରନ୍ତୁ । ଏହା ସହ କୌଣସି ଗରିବଙ୍କୁ ଭୋଜନ କରାନ୍ତୁ । ଭୋଜନରେ ବିରି କିମ୍ବା ମୁଗ ଡାଲି ନିଶ୍ଚୟ କରନ୍ତୁ ।

ବୁଧବାର :

ଏହି ଦିନର କାରକ ଗ୍ରହ ହେଉଛନ୍ତି ବୁଧ ଯିଏ ହେଉଛନ୍ତି ବୁଦ୍ଧିର ସ୍ବାମୀ । ଏହି ଦିନ ଭଗବାନ ଗଣେଶଙ୍କୁ ଦୂବ ଚଢାନ୍ତୁ । ଏହା ସହ କ୍ଷୀରରେ ତିଆରି ଖାଦ୍ୟ ଭୋଗ ଲଗାନ୍ତୁ । ବିଷ୍ଣୁ ଭଗବାନଙ୍କ ପୂଜାରେ ବୁଧ ପ୍ରସନ୍ନ ହୋଇଥାନ୍ତି ।

ଗୁରୁବାର :

ଗୁରୁବାରର ସ୍ବାମୀ ହେଉଛନ୍ତି ବୃହସ୍ପତି ଦେବ ଏବଂ ସେ ଆୟୁଷ ବଢାଇଥାନ୍ତି । ତାଙ୍କୁ ପ୍ରସନ୍ନ କରିବା ପାଇଁ ଗୁରୁବାର ଦିନ ବସ୍ତ୍ର, ପଇତା ଏବଂ କ୍ଷୀରରେ ଇଷ୍ଟଦେବଙ୍କ ଭଗବାନ ଶିବଙ୍କୁ ପୂଜା କରନ୍ତୁ ।

ଶୁକ୍ରବାର :

ସୁଖ- ସୁବିଧାର କାରକ ହେଉଛନ୍ତି ଶୁକ୍ର ଗ୍ରହ । ତାଙ୍କୁ ପ୍ରସନ୍ନ କରିବା ପାଇଁ ଶୁକ୍ରବାର କୌଣସି ଗରିବ ମହିଳାଙ୍କୁ ସଧବାଙ୍କ ସାମଗ୍ରୀ ଏବଂ ଅନ୍ନ ଦାନ କରନ୍ତୁ ।

ଶନିବାର :

ଶନିବାରର କାରକ ଗ୍ରହ ହେଉଛନ୍ତି ଶନି । ମୃତ୍ୟୁ ଏବଂ ଭୟ ଦୂର କରିଥାନ୍ତି ଶନିଦେବ । ତାଙ୍କୁ ପ୍ରସନ୍ନ କରିବା ପାଇଁ ହେଲେ ଶିବଲିଙ୍ଗରେ ରାଶି ଚଢାନ୍ତୁ । କୌଣସି ଗରିବଙ୍କୁ ରାଶିରେ ପ୍ରସ୍ତୁତ ଖାଦ୍ୟ ଦିଅନ୍ତୁ ଏବଂ ତେଲ ଦାନ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.