ଆଜିଠୁ ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର(କେନ୍ଯୁଜ୍): ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କରିଛି ଜନସମ୍ପର୍କ ପଦଯାତ୍ରା । ଭୁବନେଶ୍ୱର ଅନ୍ତର୍ଗତ ଝରଣାସାହିରୁ ଏହାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ଏହି ପଦଯାତ୍ରା ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ପର୍ଯ୍ଯନ୍ତ ଚାଲିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ କହିଛନ୍ତି, ତାଙ୍କ ସରକାର ଲୋକଙ୍କ ସହିତ ଅଛନ୍ତି ଓ ଆଗକୁ ରହିବେ । କଥାରେ ନୁହେଁ କାମରେ ବିଶ୍ୱାସ ରଖନ୍ତି ।

nabinmନବୀନ କହିଛନ୍ତି, ଲୋକେ ଜାଣିଛନ୍ତି କିଏ ପ୍ରତିଶ୍ରୁତି ପାଳନ କରୁଛି ଓ କିଏ କରୁନାହିଁ । ଆମେ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛୁ । ଖାଦ୍ୟ, ଆଶ୍ରୟ, ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ସଫଳତାର ୪ଟି ସ୍ତମ୍ଭ । ଜାତୀୟ ଖାଦ୍ୟ ସୁରକ୍ଷା ଫଳପ୍ରଦ ହେଲାନାହିଁ । ତେଣୁ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କଲେ । ଏଥିରେ ରାଜ୍ୟର ୨୫ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଗତ ୪ ବର୍ଷରେ ରାଜ୍ୟରେ ୧୮ଲକ୍ଷ ପକ୍କା ଘର ତିଆରି ହୋଇଛି ।

nabinn1ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଐତିହାସିକ ପଦକ୍ଷେପ । ବିପିଏଲ୍‌, ଏପିଏଲ୍‌ ସମସ୍ତେ ସୁବିଧା ପାଇବେ । ଆମ ସାମାଜିକ ନିରାପତ୍ତା ଦେଶର ମଡେଲ୍‌ ହୋଇଛି । ବସ୍ତି ବାସିନ୍ଦାଙ୍କ ଥଇଥାନ ଆମର ଏକ ଭଲ ପଦକ୍ଷେପ । ରାଜ୍ୟବାସୀଙ୍କ ସେବା ପାଇଁ ପାଣ୍ଠିର ଅଭାବ ରହିନାହିଁ । ବିଜେପି ଇସ୍ତାହାରର ୧ନଂ କାର୍ଯ୍ଯକ୍ରମ ଥିଲା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା । ଓଡ଼ିଶାବାସୀ ଏହାକୁ ଅପେକ୍ଷା କରିଛନ୍ତି । ଫମ୍ପା ମାଠିଆର ଶବ୍ଦ ବେଶୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.