Below header

ହ୍ଵାଟ୍‌ଆପ୍‌ ୟୁଜରଙ୍କ ପାଇଁ ଖୁସିଖବର, ଖୁବ୍‌ଶୀଘ୍ର ଆପ୍‌ରେ ସାମିଲ ହେବାକୁ ଯାଉଛି ୪ଟି ଅତି ଦରକାରୀ ଫିଚର

ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ର ବ୍ୟବହାର କରୁଥିବା ୟୁଜରଙ୍କ ପାଇଁ ଖୁସି ଖବର। Whatsapp ରେ ଏବେ ଆହୁରି ୪ଟି ନୂଆ ଫିଚର ଯୋଡ଼ି ହେବାକୁ ଯାଉଛି। ଏହି ଫିଚର ଆସିବା ପରେ ହ୍ଵାଟ୍ସଆପ୍‌ର ବ୍ୟବହାର କରିବା ଆହୁରି ସୁବିଧା ତଥା ସରଳ ହୋଇଯିବ। ହ୍ଵାଟ୍ସଆପ୍‌ର ବିଟା ଭର୍ସନ ଓ ଡେସ୍କଟପ୍‌ ଭର୍ସନରେ ଏହି ଫିଚର ଆରମ୍ଭ ହୋଇସାରିଲାଣି। ଆସନ୍ତୁ ଜାଣିବା କ’ଣ ଏହି ୪ଟି ନୂଆ ଫିଚର…

ଗ୍ରୁପ୍‌ କଲ ପାଇଁ ମିଳିବ ଅଲଗା ରିଂ ଟୋନ୍‌:

ଖୁବ୍‌ଶୀଘ୍ର ହ୍ଵାଟ୍ସଆପ୍‌ ୟୁଜରଙ୍କୁ ଗ୍ରୁପ୍‌ କଲ ପାଇଁ ଅଲଗା ଅଲଗା ରିଂ ଟୋନ୍‌ ସେଟ୍‌ କରିବା ଅପ୍‌ସନ୍‌ ମିଳିବ। ଏହା ଦ୍ୱାରା ଫୋନ୍‌ ନ ଦେଖିକି ବି କିଏ କଲ କଲା ତାହା ଆପଣ ଜାଣିପାରିବେ।

ହ୍ଵାଟ୍ସଆପ୍‌ ଡୁଡଲସ୍‌ ମିଳିବ:

ହ୍ଵାଟ୍ସଆପ୍‌ ଖୁବ୍‌ଶୀଘ୍ର ଡୁଡଲସ୍‌ ଲଞ୍ଚ କରିବାକୁ ଯାଉଛି। ଏବେ ଏହାକୁ ଡେସ୍କଟପ୍‌ ଭର୍ସନରେ ଟେଷ୍ଟ କରାଯାଉଛି। ଖୁବ୍‌ଶୀଘ୍ର ଆପ୍‌ରେ ବି ଏହି ଭର୍ସନ ଉପଲବ୍ଧ ହେବ।

ନୂଆ ଡିଜାଇନ୍‌ର କଲିଂ UI:

ୟୁଜରଙ୍କ କଲିଂ ଏକ୍ସପେରିଏନ୍ସକୁ ଉନ୍ନତ କରିବା ପାଇଁ ଆପ୍‌ରେ ଏକ ନୂଆ ଇଣ୍ଟରଫେସ୍‌ ଦେଖିବାକୁ ମିଳିବ। ଏଥିରେ କଲ ବଟନ୍‌କୁ ତଳକୁ ନିଆଯାଇଛି। କୁହାଯାଉଛି ଯେ ଏହା ଦ୍ୱାରା କଲ କରିବା ବେଳେ ଅଧିକ ସୁବିଧା ହେବ।

ଆନିମେଟେଡ୍‌ ଷ୍ଟିକର୍ସ:

ହ୍ଵାଟ୍ସଆପ୍‌ରେ ଖୁବ୍‌ଶୀଘ୍ର ଆନିମେଟେଡ୍‌ ଷ୍ଟିକର ଦେଖିବାକୁ ମିଳିବ। ଏହି ଫିଚର ପୂର୍ବରୁ ମେସେଜିଂ ଆପ୍‌ରେ ମିଳୁଥିଲା। ବର୍ତ୍ତମାନ ବିଟା ଭର୍ସନରେ ଏହି ଷ୍ଟିକର ଟେଷ୍ଟିଂ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.