ପରଲୋକରେ ବିଶିଷ୍ଟ  ସମାଜସେବୀ ତଥା ପ୍ରମୁଖ ଖବର କାଗଜର ପ୍ରକାଶକ ବିଜୟ କୁମାର ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ପରଲୋକରେ  ବିଶିଷ୍ଟ  ସମାଜସେବୀ ତଥା ପ୍ରମୁଖ ଖବର କାଗଜର ପ୍ରକାଶକ ବିଜୟ କୁମାର ପଟ୍ଟନାୟକ । ପ୍ରାୟ ଏକ ମାସ ହେବ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ  ଚିକିତ୍ସିତ ହେଉଥିଲେ।  ଆଜି ସକାଳେ  ହଠାତ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା।  ପରେ ତାଙ୍କର ମୃତ୍ୟୁ ହୋଇଛି।

ଅଭାବ-ଅସୁବିଧାରେ ପଡ଼ିଥିବା ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବାରେ ସେ ସର୍ବଦା ସକ୍ରିୟ ରହିଥିଲେ। ଭୁବନେଶ୍ବରର ବରମୁଣ୍ଡା ଅଞ୍ଚଳର ବିକାଶ କ୍ଷେତ୍ରରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କେବଳ ସେତିକି ନୁହେଁ, ସିଆରପି ଛକରେ ଥିବା ହନୁମାନ ମନ୍ଦିର ନିର୍ମାଣରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିବା ସହ ସେ ଏହି ମନ୍ଦିରର ପରିଚାଳନା କାର୍ଯ୍ୟ ମଧ୍ୟ ତଦାରଖ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.