ଭୁବନେଶ୍ୱର:ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ,ନିର୍ମାଣ ହେବ ଅନ୍ତଃରାଜ୍ୟ ବସ ଟର୍ମିନାଲ୍‌

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ । ୧୫.୦୫ ଏକର ପରିମିତ ସ୍ଥାନରେ ଅନ୍ତଃରାଜ୍ୟ ବସ ଟର୍ମିନାଲ୍‌ ନିର୍ମାଣ କରାଯିବ । ବ୍ରିଜ୍‌  ଆଣ୍ଡ୍‌ ରୁଫସ କଂପାନି ଇଣ୍ଡିଆ ଲିମିଟେଡ୍‌ ତିଆରି କରିବ ଏହି ଟର୍ମିନାଲ୍‌ । ଏଥିପାଇଁ ଜବରଦଖଲ ଉଚ୍ଛେଦ ପାଇଁ ଆଜି ଦିନ ୧୦ଟାରେ ଉଚ୍ଛେଦ ପାଇଁ ବିଡିଏର ଏନଫୋର୍ସମେଣ୍ଟ ଟିମ୍‌ ପହଞ୍ଚିଥିଲା । ବୁଲଡୋଜର ଲଗାଇ ବେଆଇନ ଘର ଓ ପାଚେରୀ ଭଙ୍ଗା ଯାଇଥିଲା । ଏହାକୁ କିଛି ଦୋକାନୀ ଓ ସ୍ଥାନୀୟ ଲୋକ ବିରୋଧ କରିଥିଲେ । ସେମାନଙ୍କ କହିବା କଥା, ଏକ ସପ୍ତାହ ସମୟ ଦିଆଯିବା ଦରକାର ଥିଲା । ଆଇନଶୃଙ୍ଖଳା ରକ୍ଷା ପାଇଁ ଖଣ୍ଡଗିରି ଥାନା ଆଇଆଇସିଙ୍କ ସମେତ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

ଅନ୍ୟପଟେ ଗତକାଲି ଠାରୁ ଲୋକଙ୍‌କ ଘର ଛାଡି ଯିବାକୁ କୁହାଯାଇଥିବାରୁ ଆଜି ସକାଳୁ ସକାଳୁ ଆସି ବିଡିଏ ଅଫିସର,କର୍ମଚାରୀ ପହଞ୍ଚିଯାଇଥିଲେ । ପ୍ରଥମେ ମାଇକ ରେ ଘୋଷଣା କରାଗଲା ଓ ପରେ  ବୁଲଡୋଜର ଲଗାଇ ଘର ଭଙ୍ଗା ଆରମ୍ଭ କରାହେଲା ।ମାଡିବସିଥିବା ପାଚେରୀକୁ ମଧ୍ୟ ଭଙ୍ଗାଯାଇଥିଲା ।୧୫.୦୫ ଏକର ସ୍ଥାନରେ ଇଣ୍ଟରଷ୍ଟେଟ୍‌ ବସ ଟର୍ମିନାଲ୍‌ ନିର୍ମାଣ ହେବାର କାଯ୍ୟର୍କ୍ରମ ରହିଛି । ବ୍ରିଜ୍‌  ଆଣ୍ଡ୍‌ ରୁଫସ କଂପାନି ଇଣ୍ଡିଆ ଲିମିଟେଡ୍‌ ତିଆରି କରିବ ଏହି ଟର୍ମିନାଲ୍‌ ।ବିଭିନ୍ନ ଦୋକାନୀ ଓ ଲୋକଙ୍କ ବିରୋଧ ସତ୍ତ୍ୱେ ମଧ୍ୟ ଏହି ଉଚ୍ଛେଦ ଜାରି ରହିବ । ଏବଂ ଭୂବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ୍‌ ଏକ ନୂଆରୂପ ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.