Below header

ମାହାଙ୍ଗା: କେନାଲରୁ ପଡି ଉଠି ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଲେ ପ୍ରେମିକା

ମାହାଙ୍ଗା:  ୫ ବର୍ଷ ର ପ୍ରେମ ସମ୍ପର୍କ ଆଉ ବିବାହର ପ୍ରତିଶ୍ରୁତି । କିନ୍ତୁ ସବୁ ଆଜି ପାଣି ଫୋଟକା ପରି ମିଳେଇ ଯାଇଛି । ନିଜ ଘରୁ ଯାଇ ୧ ମାସ ୧୪
ଦିନ ପ୍ରେମିକାର ଘରେ ରହିବା ପରେ କିଛି ଦିନ ତଳେ ପ୍ରେମିକାର ଘରଲୋକେ ମାରପିଟି କରି ଘରୁ ବାହାର କରି ଦେଇଥିଲେ । ଯେତେ କାକୁତି ମିନତୀ ହେଲେ ସୁଦ୍ଧା ଆଉ ଘରେ ପୁରେଇ ଦେଲେନି । ଆହୁରି ଅଧିକ ମାରପିଟି କରି ଘରପାଖ କେନାଲ ଭିତରକୁ ଠେଲିଦେଲେ । କେନାଲରେ ମୁର୍ମୁସ ଅବସ୍ଥାରେ ପଡିଥିବା ବେଳେ ଗାଁଲୋକେ କେନାଲ ଭିତରୁ ଉଦ୍ଧାର କଲେ । ଆଉ ଏବେ ସେ ନ୍ୟାୟ ପାଇବା ଅପେକ୍ଷାରେ ଚାତକ ପରି ଚାହିଁଛନ୍ତି ନିରାଶ ପ୍ରେମିକା । କଟକ ଜିଲ୍ଲା ମାହାଙ୍ଗା ଥାନା ଅଧିନ ଭଦରେଶ୍ଵର ପୋଲିସ ଫାଣ୍ଡିରେ ଏହି ଘଟଣାକୁ ନେଇ ଲିଖିତ ଅଭିଯୋଗ କରିଛନ୍ତି ହଳଦିଆ ପଞ୍ଚାୟତର ଲଷ୍ମୀନାରାୟଣପୁର ଗାଁର ଯୁବତୀ ଅର୍ଚ୍ଚନା ବେଜ ।

ଦୀର୍ଘ ୫ ବର୍ଷ ହେବ ଏହି ପଞ୍ଚାୟତର ଇଟାମୁଣ୍ଡୁଳି ଗାଁର ଅଲେଖ ମଳିକଙ୍କୁ ସେ ଭଲପାଉ ଥିଲେ । ଜଣେ ପ୍ରେମିକା ଭାବରେ ଅର୍ଚ୍ଚନା ପୂର୍ବରୁ ମଧ୍ୟ ଅନେକ ଥର ସେ ଅଲେଖଙ୍କ ଘରକୁ ଆସିଥିଲେ । ତେବେ ଆଲେଖଙ୍କ ବଡ଼ଭାଇଙ୍କ ବିବାହ ପରେ ତାଙ୍କୁ ଗ୍ରହଣ କରାଯିବ ବୋଲି ଅଲେଖଙ୍କ ଘର ଲୋକେ ପ୍ରତିଶ୍ରୁତି ଦେଇଥିଲେ | ଅର୍ଚ୍ଚନାଙ୍କ ଅନୁଯାୟୀ ପ୍ରତିଶ୍ରୁତି ପାଇବା ପରେ ସେ ଘରକୁ ଫେରିଥିଲେ । ଏଥର କିନ୍ତୁ ଅଲେଖଙ୍କ ଘରକୁ ଯିବାରୁ ଅଲେଖଙ୍କ ଘରଲୋକ ତାଙ୍କୁ ଗ୍ରହଣ ନକରିବା ସହ ମାରପିଟି କରି କେନାଲରେ ଫୋପାଡ଼ି ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା । ଅନ୍ୟପଟେ ଅଭିଯୁକ୍ତ ଲେଖଙ୍କ ପରିବାର ଲୋକେ ଘରେ ତାଲା ପକାଇ କେଉଁଆଡ଼େ ଫେରାର ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣାକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ କରିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.