ଫିଲିପାଇନ୍ସରେ ଝଡତୋଫାନ: ଡଙ୍ଗା ବୁଡି ୩୧ ମୃତ, ୬୨ ଉଦ୍ଧାର

ଫିଲିପାଇନ୍ସରେ ଭୟଙ୍କର ତୋଫାନ ହେବା ଫଳରେ ସମୁଦ୍ରରେ ତିନୋଟି ଡଙ୍ଗା ବୁଡି ୩୧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ନିଖୋଜ ରହିଛନ୍ତି।
ସୂଚନା ମୁତାବକ, ଫିଲିପାଇନ୍ସରେ ସମୁଦ୍ର ମଧ୍ୟରେ ପ୍ରବଳ ଝଡତୋଫାନ ହୋବ ଫଳରେ ତିନୋଟି ଡଙ୍ଗା ବୁଡିଯାଇଥିଲା। ଉକ୍ତ ତିନୋଟି ଡଙ୍ଗା ମଧ୍ୟରୁ ୬୨ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୩୧ ଜଣଙ୍କର ମୃତ୍ୟୁ ହୋଇଛି। ଇତିମଧ୍ୟରୁ ଅନ୍ୟ ୩ ଜଣ ମଧ୍ୟ ନିଖୋଜ ରହିଛନ୍ତି ବୋଲି କୋଷ୍ଟ ଗାର୍ଡ ପ୍ରବକ୍ତା ଅରମଣ୍ଡ ବାଲିଲୋ କହିଛନ୍ତି।

ଏହାସହ ପଢନ୍ତୁ ; ବସ୍‌ରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ଅନେକ ଯାତ୍ରୀ, ଜଣେ ମୃତ

ମୃତକଙ୍କ ମଧ୍ୟରୁ ଅଧିକ ଯାତ୍ରୀ ଗୁଡମାରସ ଏବଂ ଇଲୋଇଲୋ ପ୍ରାନ୍ତ ମଧ୍ୟରେ ଥିବା ଡଙ୍ଗାରେ ରହିଥିଲେ। ସୁରକ୍ଷିତ ଉଦ୍ଧାର ହୋଇଥିବା ଲୋକଙ୍କ କହିବାନୁଯାୟୀ, ସମୁଦ୍ର ମଧ୍ୟରେ ଅଚାନକ ପ୍ରବଳ ଝଡତୋଫାନ ହେବାରୁ ଡଙ୍ଗା ଓଲଟିପଡିଥିଲା।

Leave A Reply

Your email address will not be published.