ତାଳେଚେର ଭରତପୁର କୋଇଲା ଖଣିରୁ ଉଦ୍ଧାର ହେଲା ଆଉ ଜଣେ ଶ୍ରମିକଙ୍କ ମୃତଦେହ

ତାଳେଚେର(କେନ୍ୟୁଜ୍): ତାଳେଚେର ଭରତପୁର କୋଇଲା ଖଣିରୁ ଉଦ୍ଧାର ହେଲା ଆଉ ଜଣେ ଶ୍ରମିକଙ୍କ ମୃତଦେହ। ସୁରକ୍ଷାକର୍ମୀଙ୍କ ମୃତଦେହ ହୋଇଥିବା ସନ୍ଦେହ କରାଯାଉଛି। ପୂର୍ବରୁ ଗୋଡ଼ ଓ ଶରୀରର କିଛି ଅଂଶ ଉଦ୍ଧାର ହୋଇଥିଲା। ଆଜି ସଂପୂର୍ଣ୍ଣ ଶରୀର ମାଟି ତଳୁ ଉଦ୍ଧାର କରାଯାଇଛି। ଏହାକୁ ମିଶାଇ ମୋଟ ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏବେବି କୋଇଲା ପାହାଡ ଭିତରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତ ୨୪ ତାରିଖରେ ତାଳଚେର ସ୍ଥିତ ଭରତପୁର କୋଇଲା ଖଣି ଭିତରେ ୧୩ ଜଣ ଶ୍ରମିକ କାମ କରୁଥିଲେ । ଡମ୍ପିଂ ୟାର୍ଡ କାନ୍ଥ ଭୁଶୁଡ଼ି ପଡିବାରୁ କୋଇଲା ଖଣିରେ ଦୁର୍ଘଟଣା ହୋଇଥିଲା । ୯ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ୪ ଜଣ ଚାପି ହୋଇଥିଲେ ।