କନ୍ଧମାଳରେ ପ୍ରତିଷ୍ଠା ହେବ ଏମ୍‍ଡିଏଚ୍‍ ମସଲା ୟୁନିଟ୍‍, ସାଂସଦ ଡ. ସାମନ୍ତଙ୍କୁ ପ୍ରତିଶ୍ରୁତି ଦେଲେ ଅଧ୍ୟକ୍ଷ ଧର୍ମପାଲ ଗୁଲାଟି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭାରତ ପ୍ରସିଦ୍ଧ ମସଲା ଉତ୍ପାଦକ ଏମ୍‍ଡିଏଚ୍‍ କମ୍ପାନୀ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଖୁବ୍‍ ଶୀଘ୍ର ଏକ ମସଲା ପ୍ରକ୍ରିୟାକରଣ ୟୁନିଟ୍‍ ସ୍ଥାପନ କରିବ । କନ୍ଧମାଳ ଲୋକସଭା ସାଂସଦ ଡ. ଅଚ୍ୟୁତ ସାମନ୍ତ ବୁଧବାର ଦିନ ଏମ୍‍ଡିଏଚ୍‍ କମ୍ପାନୀର ଅଧ୍ୟକ୍ଷ ପଦ୍ମଭୂଷଣ ମହାଶୟ ଧର୍ମ ପାଲ ଗୁଲାଟିଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସ ଭବନରେ ସୌଜନ୍ୟମୂଳକ ସାକ୍ଷାତ କରି
କନ୍ଧମାଳରେ ଏମ୍‍ଡିଏଚ୍‍ ପକ୍ଷରୁ ଏକ ମସଲା ପ୍ରସ୍ତୁତିକରଣ ୟୁନିଟ୍‍ ସ୍ଥାପନ ପାଇଁ ଅନୁରୋଧ କରିଥିଲେ । ଡ. ସାମନ୍ତଙ୍କ ଅନୁରୋଧ କ୍ରମେ କନ୍ଧମାଳରେ ଏମ୍‍ଡିଏଚ୍‍ ୟୁନିଟ୍‍ ସ୍ଥାପନ ନେଇ ଶ୍ରୀ ଗୁଲାଟି ପ୍ରତିଶ୍ରୁତି ଦେଇଛନ୍ତ ।

FOUNDER-2
କନ୍ଧମାଳ ହଳଦୀ ଜିଆଇ ଟ୍ୟାଗ୍‍ ହାସଲ କରି ଦେଶ ବିଦେଶରେ ପ୍ରସିଦ୍ଧ ହୋଇଛି । ଏହାର ଚାହିଦା ମଧ୍ୟ ଖୁବ୍‌ ରହିଛି । ତେଣୁ ଏଠାକାର ଆବଶ୍ୟକତାକୁ ଦେଖି ଡ. ସାମନ୍ତ ମସଲା ପ୍ରସ୍ତୁତିକରଣ ୟୁନିଟ୍‌ ସ୍ଥାପନ କରିବା ପାଇଁ ଅନୁରୋଧ କରିଥିଲେ । ଏହାଦ୍ୱାରା କନ୍ଧମାଳର ଚାଷୀମାନେ ଉପକୃତ ହେବା ସହ ସେମାନଙ୍କ ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ଘଟିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଆଲୋଚନା ସମୟରେ ଶ୍ରୀ ଗୁଲାଟି କିସ୍‍ ଓ କିଟ୍‍ ସଂପର୍କରେ ଜାଣି ଅତ୍ୟନ୍ତ ଖୁସି ହୋଇଥିଲେ । ଶିକ୍ଷା, ସକ୍ଷମତା ଓ ସଶକ୍ତିକରଣ ଦିଗରେ କିସ୍‍, କିଟ୍‍ ଓ ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ । ବିଶେଷ କରି କିସ୍‍ ସଂପର୍କରେ ଜାଣିବା ପରେ ୯୭ ବର୍ଷ ବୟସ୍କ ଗୁଲାଟି ଆସନ୍ତା ମାସ କିସ୍‍ ଓ କିଟ୍‍ ପରିଦର୍ଶନରେ ଆସିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ସେ କନ୍ଧମାଳ ମଧ୍ୟ ପରିଦର୍ଶନ କରିବେ ବୋଲି କହିଛନ୍ତି ।
ମସଲା ଜଗତର ବାଦଶାହା ଭାବେ ପରିଚିତ ଏମ୍‌ଡିଏଚ୍‌ କନ୍ଧମାଳରେ ଖାଦ୍ୟ ପ୍ରକ୍ରିୟା କରଣ କାରଖାନା ପ୍ରତିଷ୍ଠା କଲେ ଏଠାକାର ଚାଷୀଙ୍କୁ ଅଧିକ ଲାଭ ପାଇବା ସହ ଏହି ଅଞ୍ଚଳର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇ ପାରିବ ।

Leave A Reply

Your email address will not be published.