Below header

ଗ୍ୟାଙ୍ଗଷ୍ଟାର ନୂଆ ଫଣ୍ଡା, ଜେଲରୁ ଫେରାର ହେବା ପାଇଁ କଲା ଏମିତି କାମ

ଗ୍ୟାଙ୍ଗଷ୍ଟାରର ନୂଆ ଫଣ୍ଡା। ଜେଲରୁ ଫେରାର ହେବା ପାଇଁ ଧରିଲା ନାରୀ ବେଶ। ନିରୀକ୍ଷଣ କରି ନଦେଖିଲେ ଯେ କେହିବି ଧୋକା ଖାଇଯିବ ଏହି ଗ୍ୟାଙ୍ଗଷ୍ଟାରର ରୂପକୁ ଦେଖିଲେ। କିନ୍ତୁ ଫେରାର ହେବାରେ ସଫଳ ହେବା ପୂର୍ବରୁ ଉଦ୍ୟମକୁ ପଣ୍ଡ କଲେ ଜେଲ କର୍ମଚାରୀ। ବ୍ରଜିଲର ରିଓ ସହରରେ ଥିବା ଜେଲରେ ଘଟିଛି ଏହି ଘଟଣା।  ଅବିକଳ ଝିଅ ପରି ଦେଖା ଯାଉଥିବା ମୁହଁ ଫଛରେ ଯେ ଗୋଟେ ଗ୍ୟାଙ୍ଗଷ୍ଟାର ଲୁଚି ରହିଛି ଏକଥା କେହିବି ବିଶ୍ବାସ କରିପାରି ନଥିଲେ। ଆଖିରେ କଜ୍ଜଳ ମୁହଁରେ ମେକଅପ ଓ ମୁଣ୍ଡରେ ନକଲି ଚୁଟି ଶରୀରରେ ଝିଅପିଲାର ପୋଷାକ ଆଉ ଗୋଡରେ ଧଳା ସାଣ୍ଡେଲ ସହିତ ଆଖିରେ ଚଷମା । ଯାହାକୁ ଦେଖି ଜେଲର କର୍ମଚାରୀମାନେ ମଧ୍ୟ ଧୋକା ଖାଇଯାଇଥିଲେ।

ଏହି ଝିଅ ବେଶରେ ଦେଖା ଯାଇଥିବା ବ୍ୟକ୍ତିଟି ହେଉଛି କ୍ଲାଭିନୋ ଦା ସିଲଭା ନାମକ ଜଣେ ଗ୍ୟାଙ୍ଗଷ୍ଟାର। ଅନେକ ଦିନ ପୂର୍ବରୁ ଏହି ଗ୍ୟାଙ୍ଗଷ୍ଟାର ଜେଲରେ ସଜ୍ଜା କାଟିଆସୁଛି। କିନ୍ତୁ କିଛି ଦିନ ତଳେ ଜେଲରୁ ବାହାରିବା ପାଇଁ ମୁଣ୍ଡରେ ଆଣିଥିଲା ଏହି ନାରି ବେଶର ଆଇଡିଆ। ଏଥିପାଇଁ ନିଜ ଝିଅକୁ ଏହି ବୁଦ୍ଧିରେ ସାହାଯ୍ୟ କରିବା ପାଇଁ ଜଣାଇଥିଲା। ଝିଅ ମଧ୍ୟ ବାପାକୁ ସାହାଯ୍ୟ କରିବା ପାଇଁ ସବୁ ପ୍ରକାର ସଂରଜାମ ଯୋଗାଇ ଦେଇଥିଲା। ଝିଅ ନିଜେ ଜେଲକୁ ଯାଇ ବାପାକୁ ଝିଅ ବେଶରେ ସଜେଇ ଦେଇ ନିଜ ପୋଷାକ ପିନ୍ଧିବାକୁ ଦେଇଥିଲା। ପରେ ନିଜେ ଜେଲ କୋଠରିରେ ରହି ନିଜ ବାପାକୁ ବାହାରି ଯିବାକୁ କହିଥିଲା। କ୍ଲାଭିନୋ ଜେଲର ଭିତରେ ଥିବା କର୍ମଚାରୀଙ୍କୁ ଚକମା ଦେଇ ବାହାରି ଗଲା ସତ, କିନ୍ତୁ ବାହାରେ ପ୍ରହାର ଦେଉଥିବା କର୍ମଚାରୀମାନେ ତାକୁ ଚିହ୍ନି ପକାଇଥିଲେ। କାରଣ ବାହରକୁ ଆସିବା ମାତ୍ରେ କ୍ଲାଭିନୋ ପୁରୁଷଙ୍କ ପରି ଚାଲି ପକାଇଥିଲା।

କ୍ଲାଭିନୋର ଏପରି ନାରୀ ବେଶକୁ ଦେଖି ଜେଲର କର୍ମଚାରୀମାନେ ପ୍ରଥମେ ଅଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ଯେବେ ତାର ପୋଷାକ ଖୋଲାଗଲା ସେତେବେଳେ ଗ୍ୟାଙ୍ଗଷ୍ଟାର ଅସଲ ମୁଖା ସାମ୍ନାକୁ ଆସିଥିଲା। ଏହି ଘଟଣା ପରେ ପୋଲିସ ଗ୍ୟାଙ୍ଗଷ୍ଟାରକୁ ଗିରଫ କରି ଜେଲର ଭର୍ତ୍ତି କରିଛି। ସେହି ସମାନ ଘଟଣାରେ ଝିଅକୁ ମଧ୍ୟ ଗିରଫ କରାଯାଇଛ। କାରଣ ଝିଅ ଯେହେତୁ ଅପରାଧିକୁ ସାହାଯ୍ୟ କରୁଥିଲା ଖସିଯିବାରେ। ଗ୍ୟାଙ୍ଗଷ୍ଟାରର ଏଭଳି ବୁଦ୍ଧି ଦେଖି ସମସ୍ତେ ତାଜୁବ ହୋଇଯାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.