ଆପଣ ଜାଣିଛନ୍ତି କି? ସୁଷମା ସ୍ୱରାଜ, ଶୀଲା ଦୀକ୍ଷିତ ଓ ମଦନଲାଲ୍‌ ଖୁରାନାଙ୍କ ମଧ୍ୟରେ ଥିଲା ଅଜବ ସଂଯୋଗ

୨୦୧୮ ଅକ୍ଟୋବରରୁ ୨୦୧୯ ଅଗଷ୍ଟ ପଯ୍ୟର୍ନ୍ତ ରାଜଧାନୀ ଦିଲ୍ଲୀ ନିଜର ତିନି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇ ଦେଇଛି। ଅକ୍ଟୋବର ୨୭ ତାରିଖ ରାତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଦିଲ୍ଲୀର ସିଂହ’ ନାମରେ ପରିଚିତ ମଦନଲାଲ ଖୁରାନା ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏହାର କିଛି ମାସ ପରେ ଅର୍ଥାତ୍‌ ଜୁଲାଇ ୨୦ରେ ୧୫ ବର୍ଷ ପଯ୍ୟର୍ନ୍ତ ଦିଲ୍ଲୀରେ ଶାସନ ଭାର ତୁଲାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍‌ ଦୁନିଆକୁ ଅଲବିଦା କହିଥିଲେ। ଆଉ ଏବେ ଅଗଷ୍ଟ ୬ ତାରିଖ ରାତିରେ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସୁଷମା ସ୍ୱରାଜ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି। ଆସନ୍ତୁ ଜାଣିବା, ଏହି ୩ ଜଣଙ୍କ ମଧ୍ୟରେ ରହିଥିଲା କିଛି ଅଜବ ସଂଯୋଗ, ଯାହାକୁ ଖୁବ୍‌ କମ୍‌ ଲୋକ ଜାଣିଥିବେ।

susma

୩ ଜଣଙ୍କ ଜନ୍ମ ପଞ୍ଜାବରେ, ପରେ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ମଦନଲାଲ୍‌ ଖୁରାନା, ଶୀଲା ଦୀକ୍ଷିତ ଓ ସୁଷମା ସ୍ୱରାଜଙ୍କ ମଧ୍ୟରେ ସମ୍ପର୍କ ପଞ୍ଜାବରୁ ହିଁ ରହିଥିଲା। ସୁଷମା ଅମ୍ବଲା(ବର୍ତ୍ତମାନ ହରିୟାଣାରେ, ବିଭାଜନ ପୂର୍ବରୁ ପଞ୍ଜାବରେ ଥିଲା)ରେ ଜନ୍ମଗ୍ରହଣ କରିଥିବା ବେଳେ, ଶୀଲା ପଞ୍ଜାବର କପୁରଥଲାରେ ଜନ୍ମ ହୋଇଥିଲେ। ସେହିପରି ମଦନଲାଲ ଖୁରାନାଙ୍କ ଜନ୍ମ ମଧ୍ୟ ପଞ୍ଜାବରେ ହୋଇଥିଲା, ପରବର୍ତ୍ତୀ ସମୟରେ ଏହି ୩ଜଣ ଯାକ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ।

ରାତିରେ ହୋଇଛି ମଦନଲାଲ ଓ ସୁଷମାଙ୍କ ଦେହାନ୍ତ

ଏହା ଏକ ନିଆରା ସଂଯୋଗ, ଯାହାକି ଭାଜପାରେ ଜଡ଼ିତ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ ରାତିରେ ହୋଇଛି। ଯେଉଁଦିନ ମଦନଲାଲ୍‌ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ, ସେହି ସମୟ ଥିଲା ଶନିବାର ରାତି। ସୁଷମା ମଧ୍ୟ ରାତିରେ ପରଲୋକ ଗମନ କରିଛନ୍ତି।

mdan

ଶୀଲା ଓ ମଦନଲାଲ ଶନିବାର ତ୍ୟାଗ କରିଛନ୍ତି ଶେଷନିଃଶ୍ୱାସ

ଏହା ମଧ୍ୟ ସଂଯୋଗ କି, ଶୀଲା ଓ ମଦନଲାଲ ଯେଉଁଦିନ ଆଖି ବୁଜିଥିଲେ, ସେଦିନ ଥିଲା ଶନିବାର। ଦୁଇଜଣଙ୍କର ରବିବାର ଦିନ ଅନ୍ତିମ ସଂସ୍କାର ହୋଇଥିଲା।

୩ଜଣ ଯାକ ରହିଥିଲେ କେନ୍ଦ୍ର ମନ୍ତ୍ରୀ

ସୁଷମା, ଶୀଲା ଓ ମଦନଲାଲଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। ଏହା ମଧ୍ୟ ଏକ ସଂଯୋଗ କୁହାଯାଇପାରେ କି, ୩ଜଣ ଯାକ କେନ୍ଦ୍ର ମନ୍ତ୍ରୀ ରହିଥିଲେ। ଶୀଲା ଦୀକ୍ଷିତ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ରହିଥିବା ବେଳେ ସୁଷମା ଓ ମଦନଲାଲ୍‌ ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦ୍ର ମନ୍ତ୍ରୀ ପଦରେ ରହିଥିଲେ।

SILA

ମଦନଲାଲ ଓ ଶୀଲା ସିଏମ୍‌ ପରେ ହୋଇଥିଲେ ରାଜ୍ୟପାଳ

ମଦନଲାଲ ଓ ଶୀଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ରାଜ୍ୟପାଳ ହୋଇଥିଲେ। ମଦନଲାଲ୍‌ ରାଜସ୍ଥାନ ରାଜ୍ୟପାଳ ହୋଇଥିବା ବେଳେ ଶୀଲା କେରଳ ରାଜ୍ୟପାଳ ହୋଇଥିଲେ। ତେବେ ଦୁଇଜଣ ଯାକ କେହି ରାଜ୍ୟପାଳ ପଦରେ ନିଜର କାଯ୍ୟର୍କାଳ ପୂରା କରିପାରି ନ ଥିଲେ।

ଜେପି ଆନ୍ଦୋଳନରେ ଜଡ଼ିତ ଥିଲେ ସୁଷମା ଓ ମଦନ

ସୁଷମା ଓ ମଦନ, ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ଉତ୍ସାହପୂର୍ଣ୍ଣ ଭାବେ ସାମିଲ ହୋଇଥିଲେ।

ଏହାସହ ପଢ଼ନ୍ତୁ: ବର୍ଷକର ପ୍ରେମ ସମ୍ପର୍କ ଜାଣିବା ପରେ ଝିଅକୁ ପଠାଇଦେଲେ ପ୍ରେମିକ ଘରକୁ, ଆଉ ତା’ପରେ ଘଟିଗଲା ଏଭଳି ଘଟଣା

ମିଳିଥିଲା ଦିଲ୍ଲୀର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ମାନ୍ୟତା

ପଡ଼ୋଶୀ ରାଜ୍ୟ ହରିୟାଣାର ଅମ୍ବଲାରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ସୁଷମା କେବେ ଦିଲ୍ଲୀର ସିଏମ୍‌ ହେବେ, ଏହା ଆଶା କରି ନ ଥିଲେ। ଦିଲ୍ଲୀର ସିଏମ୍‌ ହେବା ସହିତ ସେ ଇତିହାସ ଫର୍ଦ୍ଦରେ ମଧ୍ୟ ଯୋଡ଼ି ହୋଇଗଲେ। କାରଣ, ସୁଷମା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରେ ପହଞ୍ଚିବାରେ ଥିଲେ ପ୍ରଥମ ମହିଳା।

ଏହା ମଧ୍ୟ ଜାଣନ୍ତୁ

-ସୁଷମା ସ୍ୱରାଜ ୨୦୦୯ରେ ଭାରତୀୟ ଜନତା ପାର୍ଟି(ଭାଜପା) ଦ୍ୱାରା ସଂସଦରେ ବିରୋଧୀ ଦଳ ନେତା ଭାବେ ଚୟନ ହୋଇଥିଲେ।
-୨୦୦୯ରେ ଲୋକ ସଭା ନିର୍ବାଚନ ପାଇଁ ଭାଜପାର ୧୯ ସଦସ୍ୟଙ୍କୁ ନେଇ ଗଠିତ ନିର୍ବାଚନ ପ୍ରଚାର ସମିତିର ଅଧ୍ୟକ୍ଷ ରହିଥିଲେ।
-ଅମ୍ବଲା ଛାଉଣୀରେ ଜନ୍ମିତ ସୁଷମା ଏସଡି କଲେଜରୁ ବିଏ ଏବଂ ପଞ୍ଜାବ ବିଶ୍ୱବିଦ୍ୟାଳୟ, ଚଣ୍ଡୀଗଡ଼ରୁ ଲ’ରେ ଡିଗ୍ରୀ ହାସଲ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.