Below header

ସ୍ୱଳ୍ପ ଋଣ କରିଥିବା ଗରିବ ଲୋକଙ୍କ ପାଇଁ ଖୁସି ଖବର, କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଋଣ ଛାଡ ଯୋଜନା

ନୂଆଦିଲ୍ଲୀ(କେନ୍ୟୁଜ):  ଚିନ୍ତାମୁକ୍ତ ହେବେ ବ୍ୟାଙ୍କଠାରୁ ଋଣ ନେଇ ଥିବା ଆର୍ଥିକ ଦୁର୍ବଳ ବ୍ୟକ୍ତି। ନୂଆ ଯୋଜନା ଆଣିବାକୁ ଚିନ୍ତା କରୁଛନ୍ତ କେନ୍ଦ୍ର ସରକାର । ଯାହା ସାଧାରଣ ଦୁର୍ବଳ ବର୍ଗର ଲୋକଙ୍କୁ ସହାୟକ ହେବ। ବିଶେଷ କରି ଯେଉଁ ଗ୍ରାହକ ମାନେ ସ୍ୱଳ୍ପ ପରିମାଣର ଋଣ ନେଇ କୌଣସି କାରଣରୁ ପରିଶୋଧ କରିପାରିନାହାନ୍ତି ସେମାନଙ୍କୁ ଏହା ଫାଇଦା ଦେବ।

ସ୍ୱଳ୍ପ ପରିମାଣର ଋଣ ନେଇଥିବା ଦୁର୍ବଳ ଶ୍ରେଣୀର ଗ୍ରାହକଙ୍କ ଋଣକୁ କିଭଳି ଛାଡ଼ କରାଯାଇପାରିବ ତାହା ଜାଣିବା ଲାଗି ମାଇକ୍ରୋ ଫାଇନାନ୍ସ ଉଦ୍ୟୋଗ ସହିତ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଲୋଚନା କରାଯାଇଛି। ବ୍ୟକ୍ତିଗତ ଇନସଲଭେନ୍ସି ପ୍ରକ୍ରିୟାରେ ସ୍ୱଳ୍ପ ପରିମାଣର ଋଣ ନେଇଥିବା ଗ୍ରାହାକଙ୍କୁ ଋଣ ଛାଡ ସୁବିଧା ମିଳିବ ବୋଲି କର୍ପୋରେଟ ବ୍ୟାପାର ବିଭାଗର ସଚିବ ଇଞ୍ଜେଟ ଶ୍ରୀନିବାସ କହିଛନ୍ତି। ଏହି ଋଣ ଛାଡ କେବଳ ଆର୍ଥିକ ଦୁର୍ବଳ ଶ୍ରେଣୀର(ଇଡବ୍ଳୁଏସ) ଚିନ୍ତାଗ୍ରସ୍ତ ଥିବା ଗ୍ରାହକଙ୍କ କରାଯିବ ବୋଲି କହିଛନ୍ତି।ଇନସଲ୍ଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍ସି କୋଡ୍ (ଆଇବିସି)ରେ ରହିଥିବା ‘ନୂତନ ଶୁଭାରମ୍ଭ’ ବ୍ୟବସ୍ଥା ଜରିଆରେ ଏହି ଋଣ ଛାଡ଼ କରାଯିବ। ଯେଉଁ ଗ୍ରାହକ ଏହି ସୁବିଧା ଥରେ ଉଠାଇବ ତାଙ୍କୁ ଆଗାମୀ ପାଞ୍ଚବର୍ଷ ପଯ୍ୟର୍ନ୍ତ ଏହି ସୁବିଧା ମିଳିବ ନାହିଁ ବୋଲି ଜଣା ପଡିଛି। ଯେଉଁମାନଙ୍କର ବାର୍ଷିକ ୬୦ ହଜାରରୁ କମ ଥିବ ସେମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପରିବେ। ଏହା ସହିତ ମାଇକ୍ରୋ ଫାଇନାନ୍ସ ସଂସ୍ଥା ଗୁଡିକ ପାଇଁ ମଧ୍ୟ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି।

ଆହୁରି ପଢନ୍ତୁ :  ୧୭ ବର୍ଷୀୟ ଯୁବତୀଙ୍କ ପେଟ ଭିତରେ ବଢ଼ୁଥିଲା କିଛି ଏପରି.. ସର୍ଜରୀରୁ ଜଣା ପଡିଲା ଆଶ୍ଚର୍ଯ୍ୟକର ତଥ୍ୟ

ଏହି ଯୋଜନା ମାଧ୍ୟମରେ ବକେୟା ଥିବା ଋଣ ଅର୍ଥକୁ କମ କରାଯିବାର ପ୍ରାବଧାନ ରହିଛି। ଆସନ୍ତା ଚାରି ପାଞ୍ଚ ବର୍ଷ ମଧ୍ୟରେ ଏହି ଋଣ ଛାଡର ପରିମାଣ ୧୦ ହଜାର କୋଟିରୁ ଅଧିକ ହେବ ନାହିଁ ବୋଲି ସୂଚନା ମିଳିଛି। ଏହି ଋଣ ଛାଡ ଯୋଜନା ମାଧ୍ୟମରେ ମଧ୍ୟ ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡିକ ଆର୍ଥିକ କ୍ଷତିକୁ ବିଶେଷ ଧ୍ୟାନ ରଖାଯିବ। କେବଳ ଋଣ ଲାଗି ଚିନ୍ତାଗ୍ରସ୍ତ ହୋଇ ଦିନ କାଟୁଥିବା ବ୍ୟକ୍ତିଙ୍କୁ ଏହି ସୁବିଧା ପ୍ରଦାନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.