Below header

ଚିନ୍ତା ବଢ଼ାଉଛି ଛାତ୍ରଙ୍କ ‘ଷ୍ଟାଇଲିଶ୍‌ ହେୟାରଷ୍ଟାଇଲ’, ସ୍କୁଲ ତରଫରୁ ବାରିକଙ୍କୁ ନୋଟିସ୍‌ ଜାରି

ଛାତ୍ରଙ୍କ ଷ୍ଟାଇଲିଶ୍‌ ହେୟାରଷ୍ଟାଇଲକୁ ନେଇ ଚିନ୍ତିତ ପଶ୍ଚିମବଙ୍ଗର ଦୁଇଟି ସ୍କୁଲ। ଏଥିପାଇଁ ସ୍କୁଲ ତରଫରୁ ଆରମ୍ଭ ହୋଇଛି ହେୟାର ଡ୍ରେସରଙ୍କ ସହିତ ଏକ ଅଭିଯାନ, ଯାହାକି ବାରିକମାନଙ୍କୁ ଚେତାବନୀ ଦେବା ସହ ନୋଟିସ୍‌ ଜାରି କରୁଛି। ପୂର୍ବ ମେଦିନାପୁରସ୍ଥିତ ନୟାପୁତ ସୁଧୀର କୁମାର ହାଇସ୍କୁଲ ପ୍ରଥମେ ଏ ନେଇ ନୋଟିସ୍‌ ଜାରି କରିଥିଲା। ଏହା ପରେ ପରେ ମୁର୍ଶିଦାବାଦସ୍ଥିତ ନ୍ୟୁ ଫରକ୍କା ହାଇସ୍କୁଲ ୪୦ଜଣ ସ୍ଥାନୀୟ ବାରିକଙ୍କୁ ନେଇ ଏକ ‘ସମ୍ବେଦୀକରଣ କାଯ୍ୟର୍କ୍ରମ’ ଆୟୋଜନ କରିଥିଲା। ଏହି କାଯ୍ୟର୍କ୍ରମ ମାଧ୍ୟମରେ ଉକ୍ତ ସ୍କୁଲ ପୋଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ବାରିକମାନଙ୍କୁ ଏଭଳି କେଶ କାଟିବାକୁ ବାରଣ କରିଛି।

School

ନୟାପୁତ ହାଇସ୍କୁଲ ଅଧ୍ୟକ୍ଷ ବସଂତା ଘରଇଙ୍କ କହିବାନୁଯାୟୀ, ‘ଟ୍ରେଣ୍ଡି ହେୟାର କଟ୍‌କୁ ନେଇ ପ୍ରାୟ ବର୍ଷେ ତଳୁ ସମସ୍ୟା ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ଦିନରେ ଏହା ନିଆଁ ଭଳି ମାଡ଼ିଗଲାଣି। ଗତ ବର୍ଷ ଆମେ କିଛି ଛାତ୍ରଙ୍କୁ ଅଜବ ହେୟାରଷ୍ଟାଇଲ୍‌ ରଖିଥିବା ଦେଖିବାକୁ ପାଇଥିଲୁ। କାହାର କାନ ଉପରକୁ ଆଦୌ କେଶ ନ ଥିଲା ତ ଆଉ କାହାର ମୁଣ୍ଡର ଠିକ୍‌ ଉପରେ କେଶ ଥିଲା। ସେହିପରି ଆଉ କେତେଜଣ ଛାତ୍ର ଇଂଲିଶ ‘ଜେଡ୍‌’ ଆକାରରେ କେଶ କାଟିଥିଲେ। ପୂର୍ବରୁ କିଛି ପିଲା ଏମିତି କେଶ କାଟିବାର ଏକ ପ୍ରତିଯୋଗିତାପୂର୍ଣ୍ଣ ଖେଳ ଖେଳୁଥିଲେ। କିନ୍ତୁ ଏହି ଟ୍ରେଣ୍ଡର ଚାହିଦା ଧୀରେ ଧୀରେ ବଢ଼ିଗଲା’।

ଏହାସହ ପଢ଼ନ୍ତୁ: ମହିଳା ସଫେଇ କର୍ମୀଙ୍କୁ ଘୋଷାଡି ବାହାରେ ଫିଙ୍ଗିଦେଲେ ହଷ୍ଟେଲ ସୁପରିଟେଣ୍ଡଣ୍ଟଙ୍କ ସ୍ବାମୀ, ଭିଡିଓ ହେଲା ଭାଇରାଲ୍

Classy

ସେ କହିଥିଲେ ଯେ ପ୍ରଥମରୁ ଆମେ ଏଭଳି ପିଲାଙ୍କ ସମ୍ପର୍କୀୟଙ୍କୁ ସତର୍କ କରାଇଥିଲୁ। କିନ୍ତୁ ଆମେ ଚିନ୍ତିତ ଥିଲୁ କି ଛାତ୍ରଙ୍କୁ ଗାଳି ଦେବା କିମ୍ବା ଦଣ୍ଡିତ କରିବାରେ ଆମକୁ ମଧ୍ୟ ଗାଳି ଶୁଣିବାକୁ ପଡ଼ିପାରେ। ତେଣୁ ଏଭଳି କ୍ଷେତ୍ରରେ ଆମେ ସ୍ଥାନୀୟ ବାରିକମାନଙ୍କୁ ନୋଟିସ୍‌ ପଠାଇବାକୁ ନିର୍ଣ୍ଣୟ କଲୁ। ଅଗଷ୍ଟ ୨ରେ ଆମେ ନୟାପୁତ ଅଞ୍ଚଳରେ ୩ଜଣ ବାରିକଙ୍କୁ ନୋଟିସ୍‌ ପଠାଇଥିଲୁ ଏବଂ ସେମାନଙ୍କୁ ୫ମରୁ ଦ୍ୱାଦଶ ଶ୍ରେଣୀ ପଯ୍ୟର୍ନ୍ତ ଛାତ୍ରଙ୍କ କେଶ ନ କାଟିବାକୁ କହିଥିଲୁ। ଏହାପରେ ସେମାନଙ୍କୁ ସ୍କୁଲକୁ ଡକାଇ ଚେତାବନୀ ଦେଇଥିଲୁ। ବର୍ତ୍ତମାନ ସ୍ଥିତି ସାମାନ୍ୟ ନିୟନ୍ତ୍ରଣରେ ରହିଛି।

Black

ସେପଟେ ବାରିକଙ୍କ କହିବା ହେଲା, ସେମାନେ ଗ୍ରାହକଙ୍କ ଚାହିଦା ମୁତାବକ କେଶ କାଟିଥାଆନ୍ତି, ଯାହାକି ସବୁବେଳେ କରିଆସିଥାଆନ୍ତି। କାର୍ତ୍ତିକ ବାରିକ କହିଥିଲେ, ଛାତ୍ରମାନେ ଆମ ପାଖକୁ ସେହି ମଡେଲମାନଙ୍କ ଫଟୋ ନେଇ ଆସିଥାଆନ୍ତି, ଯେଉଁମାନଙ୍କ ଭଳି ସେମାନେ କେଶ କାଟିବାକୁ ଚାହାଁନ୍ତି। ଯଦି ଆମେ ତାଙ୍କ କଥା ନ ମାନୁ, ତା’ହେଲେ ସେମାନେ ଆଉ କେଉଁଠିକୁ ଚାଲିଯାଆନ୍ତି। କିନ୍ତୁ ଆମେ ଛାତ୍ରମାନଙ୍କ ଏଭଳି ଇଚ୍ଛା ପୂରଣ କରିବାକୁ ପ୍ରାୟତଃ ମନା କରିଦେଇଥାଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.