ମାର୍ଶାଲ ଆର୍ଟ କିଙ୍ଗ ବୃସ ଲିଙ୍କୁ ମନେ ପକାଇଦେଲେ ଏହି ବାଳକ ମାତ୍ର ୭ ବର୍ଷ ବୟସରେ ବନାଇଲେ ସିକ୍ସ ପ୍ୟାକ

ମାର୍ଶାଲ ଆର୍ଟ କଥା ଉଥଲେ ସର୍ବପ୍ରଥମେ ଆମ ମନରେ ବୃସ ଲି ଙ୍କ କଥା ଆସିଥାଏ । ସେ ଯେଉଁଭଳି ଭାବେ ମାର୍ଶାଲ ଆର୍ଟ କରିଥାନ୍ତି ଏହାକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯାଇଥାଏ । ନିଜର ଏହି ଅଦ୍ଭୁତ ପ୍ରତିଭା ପାଇଁ ବୃସ ଲି ସାରା ବିଶ୍ଵରେ ପରିଚିତ । ଏଭଳିକି କୁହାଯାଇଥାଏ ଯେ ବୃସ ଲି ଙ୍କ ଭଳି ଦ୍ଵିତୀୟ ବ୍ୟକ୍ତି ସାରା ବିଶ୍ଵରେ ବି କେହି ନାହାନ୍ତି । କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ଏକ ବାଳକର ଭିଡିଓକୁ ଖୁବ ପସନ୍ଦ କରାଯାଉଛି ଯେଉଁଥିରେ ସେହି ବାଳକଟି ବୃସ ଲି ଭଳି ସ୍ପିଡ଼ ଏବଂ କ୍ଷୀପ୍ରତା ରଖିଛି ।

ଖାସ କଥା ଏହା ଯେ ଏହି ବାଳକର ବୟସ ମାତ୍ର ୭ ବର୍ଷ । କିନ୍ତୁ ଏତେ କମ ବୟସରେ ମଧ୍ୟ ସେ ସିକ୍ସ ପ୍ୟାକ ବନାଇଛି । ବର୍ତ୍ତମାନ ଏହି ବାଳକକୁ ଲୋକମାନେ ଦ୍ଵିତୀୟ ବୃସ ଲି କହିବା ଆରମ୍ଭ କରିଦେଇଛନ୍ତି । ଏହି ପିଲାର ନାମ ରିୟୁଜି ଈମାଇ ଅଟେ ଏବଂ ସେ ଜାପାନର ଅଟେ । ଏହି ପିଲାଟି ବୃସ ଲି ଙ୍କର ଏକ ବଡ ଫ୍ୟାନ ଅଟେ ଏବଂ ସେ ତାଙ୍କର ଷ୍ଟଣ୍ଟକୁ ଅବିକଳ ଭାବେ ନକଲ କରିଥାଏ । ବର୍ତ୍ତମାନ ସେ ସୋସିଆଲ ମିଡିଆରେ ବହୁତ ଫେମସ ଅଟେ ଏବଂ ତାର ଫେସବୁକ ଓ ଇନଷ୍ଟାଗ୍ରାମରେ ଅନେକ ଫଲୋଅର୍ସ ଅଛନ୍ତି ।

ଏହାସହ ପଢନ୍ତୁ ଭାରତର ୟୁସେନ ବୋଲ୍ଟ ୧୧ ସେକେଣ୍ଡରେ ଦୌଡିଲେ ୧୦୦ ମିଟର

ରିୟୁଜିଙ୍କ ବାପା କୁହନ୍ତି ମାତ୍ର ଏକ ବର୍ଷ ବୟସରୁ ସେ ବୃସ ଲିଙ୍କ ଫିଲ୍ମ ଦେଖିବା ଆରମ୍ଭ କରିଦେଇଥିଲା ଏବଂ ତିନି ବର୍ଷ ବେଳକୁ ସେ ଏଥିରେ ସମ୍ପୂର୍ଣ ଭାବେ ଦକ୍ଷ ଥିଲା । ରିୟୁଜି ପ୍ରତିଦିନ ୩ ଘଣ୍ଟା ବହୁତ ହାର୍ଡ ଟ୍ରେନିଂ କରିଥାନ୍ତି ଓ ସ୍କୁଲରୁ ଫେରି ପ୍ରତିଦିନ ଏକ ଘଣ୍ଟା ଲେଖାଏଁ ଦୌଡ଼ି ଥାନ୍ତି । ତାର ଟ୍ରେନିଂରେ ତାର ବାପା ମା ତାକୁ ସାହାଯ୍ୟ କରିଥାନ୍ତି । ରିୟୁଜିକୁ ଲୋକମାନେ ଜାପାନର ପରବର୍ତ୍ତୀ ମହାନ ମାର୍ଶାଲ ଆର୍ଟିଷ୍ଟ ବୋଲି କହୁଛନ୍ତି । କିନ୍ତୁ ଏହା ସତ ଯେ ଏହି ବାଳକର ମୁଭସ୍ ଆଶ୍ଚର୍ଯ୍ୟକର ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.