Below header

ଜିନ୍ସ ପିନ୍ଧି ପାଠ ପଢ଼ାଉଥିଲେ ଶିକ୍ଷକ, ଶିକ୍ଷା ଅଧିକାରୀ ଦେଲେ ଦରମା କାଟିବା ପାଇଁ ନିର୍ଦ୍ଦେଶ

ଗଞ୍ଜାମ (କେନ୍ୟୁଜ୍): ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା ବିଦ୍ୟାଳୟକୁ ଜିନ୍ସ ପିନ୍ଧି ଆସିବା । ଏଥି ଯୋଗୁଁ ତାଙ୍କର ଗୋଟିଏ ଦିନର ଦରମା ବନ୍ଦ କରାଯିବା ସହିତ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ମଗାଯାଇଛି । ଏ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଚିକିଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟର ସହକାରୀ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଜାନୀ ଗତ ୧୬ ତାରିଖ ଦିନ ଜିନ୍ସ ପ୍ୟାଣ୍ଟ ପିନ୍ଧି ଆସିଥିଲେ । ହଠାତ୍‌ ଖଲ୍ଲିକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମ୍ରିତା ପ୍ରୀତିନନ୍ଦା ବିଦ୍ୟାଳୟକୁ ମନିଟରିଂ କରିବାକୁ ପହଞ୍ଚିଥିଲେ । ଡ୍ରେସ୍‌ କୋଡ୍‌ ନମାନି ଜିନ୍ସ ପିନ୍ଧିଥିବା ଯୋଗୁଁ ପୂର୍ଣ୍ଣଚନ୍ଦ୍ରଙ୍କର ଗୋଟିଏ ଦିନରେ ଦରମା ବନ୍ଦ କରିବା ସହିତ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ।

TEACHER-3ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଡ଼୍ରେସକୋର୍ଡ଼ କରାଯାଇଥିଲା । ଶିକ୍ଷକମାନଙ୍କର ସବୁଜ ରଙ୍ଗର ସାର୍ଟ ଓ କଳା ରଙ୍ଗର ପ୍ୟାଣ୍ଟ ଏବଂ ଶିକ୍ଷୟିତ୍ରୀଙ୍କର ନିମନ୍ତେ ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଚିକିଲି ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ହେବାରୁ ଏଭଳି ଶାସ୍ତି ପାଇଛନ୍ତି ଶିକ୍ଷକ । ଶିକ୍ଷା ଅଧିକାରୀଙ୍କ କହିବା କଥା, ଆଗରୁ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଏଭଳି ଭାବେ ଡ୍ରେସ୍‌ କୋଡ୍‌ ମାନୁ ନଥିବା ସୂଚନା ସେ ପାଇଥିଲେ । ସେପଟେ ଏହି ଘଟଣାରେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ନିଜ ଭୁଲ ପାଇଁ ଅନୁତପ୍ତ ବୋଲି ଜଣାଇବା ସହ ଆଗକୁ ଏଭଳି ଭୁଲ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.