ଅଦନାନ୍‌ ସାମିଙ୍କ ଟୁଇଟକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା: ଲେଖିଲେ, ‘ଭାରତରେ ଖୋଲାରେ ଗୋରୁ ମାଂସ ମିଳେ, ଯେଭଳି ପାକିସ୍ତାନରେ ମଦ’

ସିଙ୍ଗର ଅଦନାନ୍‌ ସାମିଙ୍କ ଏକ ଟୁଇଟ୍‌ ସୋସିଆଲ ମିଡିଆରେ ଖୁବ୍‌ ହଙ୍ଗାମା ମଚେଇଛି। ଅଦନାନ୍‌ ଏହି ଟୁଇଟରେ ଭାରତ ଏବଂ ପାକିସ୍ତାନକୁ ନେଇ କିଛି କଥା କହିଛନ୍ତି, ଯାହାକୁ ନେଇ ତାଙ୍କୁ ଅନେକ ପ୍ରତିକ୍ରିୟାର ସାମ୍ନା କରିବାକୁ ପଡ଼ିଛି। ସେ ଟୁଇଟ କରିଛନ୍ତି ଯେ ଭାରତରେ ଗୋରୁ ମାଂସ ଏବଂ ପାକିସ୍ତାନରେ ମଦ ଖୋଲାମେଲାରେ ମିଳିଥାଏ, ଯେଉଁଥିପାଇଁ କେତେଜଣ ଫଲୋୟର ତାଙ୍କ ଉପରେ ରାଗି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

ସାମି ଲେଖିଛନ୍ତିି, ‘ଗୋଟିଏ କଥା ମୋତେ ପୂରାପୂରି ସ୍ପଷ୍ଟ ଜଣାପଡ଼ୁଛି, ଭାରତରେ ଗୋରୁ ମାଂସ ଖୋଲାରେ ଠିକ୍‌ ସେହିଭଳିି ମିଳିଥାଏ, ଯେପରି ଇସଲାମିକ୍‌ ଦେଶ ପାକିସ୍ତାନରେ ମଦ ମିଳେ’। କହି ରଖୁଛୁ, ବିଶିଷ୍ଟ ଗାୟକ ଅଦନାନ୍‌ ସାମି ୨୦୧୬ରେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିଥିଲେ ଏବଂ ସେବେଠାରୁ ଭାରତରେ ରହିଆସୁଛନ୍ତି। ଏହାପୂର୍ବରୁ ସେ ପାକିସ୍ତାନର ନାଗରିକ ଥିଲେ।