Below header

ଫେକ୍‌ ହେଲା ମୋଦିଙ୍କ ଭାଇରାଲ ମେସଜ, ଜାଣନ୍ତୁ ପିଏମଓ ଅଫିସ କଣ କହିଲା

କିଛି ଦିନ ହେବ ସୋସିଆଲ ମିଡିଆରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ମେସଜ ଭାଇରାଲ ହେଉଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ ନରେନ୍ଦ୍ର ମୋଦି ଦୀପାବଳିରେ କେବଳ ଭାରତ ନିର୍ମିତ ସାମଗ୍ରୀ ବ୍ୟବହାର କରିବା ପାଇଁ ଅପଲି କରିଛନ୍ତି । ତଳେ ମୋଦିଙ୍କର ମଧ୍ୟ ହସ୍ତାକ୍ଷର ରହିଛି। କିନ୍ତୁ ବାସ୍ତପବରେ ଏହା ଅସଲ ନୁହେଁ ନକଲି। ଏହି ପ୍ରସଙ୍ଗରେ ପିଏମଓ ଅଫିସରୁ ସ୍ପଷ୍ଟିକରଣ ମିଲିଛି। ଏହି ଭାଇରାଲ ଗ୍ରାଫିକ୍ସ ମେସଜଟି ୩୧ ଅଗଷ୍ଟ ୨୦୧୬ ମସିହାରେ ପିଏମଓ କାଯ୍ୟର୍ାଳୟରୁ ଉଦାହାରଣ ସହକାରେ ପୋଷ୍ଟ ହୋଇଥିଲା । ଲେଖାଥିଲା ଏହିଭଳି ମିଥ୍ୟା ପୋଷ୍ଟରୁ ଦୁରେଇ ରହିବାକୁ। କେହି ଅସମାଜିକ ବ୍ୟକ୍ତି ଭାଇରାଲ ଗ୍ରାଫିକ୍ସ ମେସଜଟିକୁ ପୁଣି ପୋଷ୍ଟ କରିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଆହୁରି ପଢନ୍ତୁ:  ଦୀର୍ଘ ୩୦ ବର୍ଷର ବନ୍ଧୁତା, କୃପାସିନ୍ଧୁଙ୍କ ସକାଳ ଓ ସନ୍ଧ୍ୟା କଟେ ମାଙ୍କଡଙ୍କ ମେଳରେ

 

ଏହି ଗ୍ରାଫିକ୍ସ କାର୍ଡଟିରେ ଲେଖାଥିଲା ଯେ ‘ମୋର ପ୍ରିୟ ଦେଶବାସୀ, ଆପଣମାନେ ଆସୁଥିବା ଦୀପାବଳିରେ କେବଳ ଭାରତରେ ନିର୍ମିତ ହୋଇଥିବା ବସ୍ତୁରେ ବ୍ୟବହାର କରି ପର୍ବପାଳନ କରନ୍ତୁ। ଆଶା କରୁଛି ଆପଣ ମାନେ ଏହି ପ୍ରଧାନ ସେବକର କଥା ରଖିବେ। ଆପଣଙ୍କ ଛୋଟ ଛୋଟ ପଦକ୍ଷେପରେ ଯଦି ମୋର ସାଥ ଦେବେ ତେବେ ମୁଁ ଶପଥ କରୁଛି ଆମର ଭାରତ ଦୂନିଆରେ ପ୍ରଥମ ହୋଇପାରିବ।’ ଏହି ମେସଜ ପରେ ମୋଦିଙ୍କ ଏକ ଦସ୍ତଖତ ମଧ୍ୟ ଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.